ଏସଏସଡି ହାଇସ୍କୁଲରେ ବିଦାୟ କାଳିନ ସମ୍ବର୍ଦ୍ଧନା ତଥା ସ୍ବାଗତ ଅନୁଷ୍ଠିତ ପଦ୍ମପୁର

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସ୍ଥିତ ନୃସିଂହନାଥ ଏସଏସଡି ହାଇସ୍କୁଲ ପରିସରରେ ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ସହ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବଡ ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ତଥା ମଞ୍ଚ ପରିଚାଳନା କରିଥିଲେ ଦୈତାରୀ ବିଶ୍ବାଳ । ସଭା ଆରମ୍ଭରୁ ପ୍ରଭୁ ନୃସିଂହନାଥ ଙ୍କ ଫଟୋ ଚିତ୍ରରେ ମାଲ୍ଯାର୍ପଣ ସହ ଦୀପ ପ୍ରଜ୍ମଳନ କରାଯାଇଥିଲା ।

କୋଭିଡ କଟକଣା କୁ ନେଇ ୫୭ ଜଣ ୧୦ମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ମାନେ ଗୋଟିଏ ଟେବୁଲରେ ଜଣେ ଲେଖାଏଁ ବସିଥିଲେ । ଦୀର୍ଘ ୭ ବର୍ଷ ଧରି ପ୍ରଧାନ ଶିକ୍ଷକ ରମେଶ ନାୟକ ଓ ୧୩ ବର୍ଷ ଧରି କାର୍ଯ୍ୟରତ ଥିବା ସୁଭାକର ମୁନାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ସୋମବାର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ମୋହିନୀ ଦଳପତି ଓ ବିଜୟ ଶଙ୍କର ଦେହୁରି ଓ ଆଶୁତୋଷ ସାହୁ ଙ୍କୁ ସହକାରୀ ଶିକ୍ଷକ ଭାବେ ଯୋଗଦାନ କରିଥିବାରୁ ସ୍ବାଗତ କରାଯାଇଥିଲା ।

ଦୀର୍ଘ ୬ ବର୍ଷ ହେବ ନୃସିଂହନାଥ ହାଇସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହେଉଥିବାରୁ ତଥା ଚଳିତ ବର୍ଷ ମଧ୍ୟ ଛାତ୍ର ଛାତ୍ରୀ ମାନେ ଭଲ ନମ୍ବର ରଖି ପାସ କରିବେ ବୋଲି ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦଳପତି ନିଜର ବକ୍ତବ୍ଯ ରଖିଥିଲେ । ବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ଶେଷରେ ଦୈତାରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।  (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version