।।    କେନ୍ଦ୍ର  ପେଟ୍ରୋଲିୟମ ମନ୍ତ୍ରଙ୍କ ଦ୍ୱାରା ଓଲଟପୁରରେ ଆରୋଗ୍ୟ ଭବନ ଉଦଘାଟିତ  ।।         

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) କଟକ :- କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର କଣ୍ଟାପଡା ବ୍ଲକର  ବାଇଁରୋଇ  ଓଲଟପୁର ଠାରେ  ଉତ୍କଳ  ବିପନ୍ନ ସହାୟତା ସମିତିର ନୂତନ ଆରୋଗ୍ୟ ଭବନ ମଙ୍ଗଳବାର ଦିନ ଉଦଘାଟିତ ହୋଇଛି । ଦୁଇ କୋଟି ବତିଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଞ୍ଚ ମହଲା ବିଶିଷ୍ଟ  ଭବନକୁ କେନ୍ଦ୍ର  ପେଟ୍ରୋଲିୟମ ମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ ନୂଆଦିଲ୍ଲୀ ସହଯୋଗ ରେ ନିର୍ମିତ ଭବନରେ ରୋଗୀ ମାନେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ । ୧୯୨ ଜଣ ରୋଗୀଙ୍କୁ ମାଗଣାରେ ରହିବା ସହ ସହାୟତା ପ୍ରଦାନ କରାଯାଇ ପାରିବ ।

ଏଥିପାଇଁ ଆରୋଗ୍ୟ ଭବନ ନିର୍ମାଣର  ଉଦ୍ୟମ ପାଇଁ ଓଏନଜିସି , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ଉତ୍କଳ ବିପନ୍ନ ସହାୟତା ସମିତିଙ୍କୁ  କେନ୍ଦ୍ର ମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ମଜବୁତ ପରିବର୍ତ୍ତନ ପାଇଁ , ଉଦ୍ୟମ କରାଯାଇଥିବା ବେଳେ, ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ମେଡ଼ିକାଲ ସହାୟତା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ  ଏହି ଶୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସହାୟକ ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନ କହିଥିଲେ ।

ଏହି ଉଦଘାଟନୀ ଉସଚବରେ ବିଜେପି ର ବହୁ ନେତା, କର୍ମୀ ଯୋଗ ଦେଇଥିଲେ ।  କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ରୁ ଓଲଟପୁର ଗଲାବେଳେ ଫୁଲନଖରା ଛକଠାରେ  କଟକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା,  ଵିଜେପି ପଞ୍ଚମୁଖୀ ମଣ୍ଡଳ, ଉରାଳୀ ବିଜେପି ମଣ୍ଡଳର କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version