କୁଆଁପାଳ ଠାରେ ବ୍ଲକ ସ୍ତରୀୟ ସାଦାରଣତନ୍ତ୍ର ଦିବସ ପାଳନ

ମାହାଙ୍ଗା : (ଓଡିଶା ତାଜା ନିଉଜ ) 26.1.2020 – କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ 71 ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l

କୁଆଁପାଳ ସ୍ଥିତ ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ଓ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଜିଥିଲା, ଉକ୍ତ ଉତ୍ସବରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଜାତୀୟ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ l ବିଭିନ୍ନ କ୍ଷେତ୍ରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଗାର ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମାହାଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ତହସିଲଦାର ଦିଲୀପ ନାୟକ, ମାହାଙ୍ଗା ଆଇଆଇସି ରଞ୍ଜନ ପ୍ରଧାନ, ମେଡିକାଲ ଅଫିସର ଡାକ୍ତର ହେମନ୍ତ ସିଂ, ଏବିଡିଓ ମହେଶ୍ୱର ସେଠୀ,ବିଇଓ ଚକ୍ରଧର ବେହେରା, ମେଡିକାଲ ବିତ୍ତ ପରିଚାଳକ ସନ୍ତୋଷ ଶତପଥି, ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,

ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ସହକାରୀ ଯନ୍ତ୍ରୀ ରମେଶ ରାଉତ,ଏବଂ ସିଡିପିଓ ପ୍ରମୋଦିନୀ ଦାସ ସମେତ ମହଂଗା ର ବହୁ ବିଭାଗର ଅଧିକାରୀ ଓ ପଂଚାୟତ ଜନପ୍ରତିନିଧି ମାନେ ଯୋଗଦେଇ ଜନରାଜ୍ୟ ଦିବସର ପ୍ରମୁଖ ଲକ୍ଷ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ହୋଇଥିଲା, ସେହିପରି ମାହାଙ୍ଗା ପ୍ରେସ୍ କ୍ଳବ ପକ୍ଷରୁ କୁଆଁପାଳ ସୋମିଓଟିକ୍ସ କମ୍ପୁଟର ଠାରେ ଅନୁଷ୍ଠିତ ଉତ୍ସବରେ ସଭାପତି ସାମ୍ବାଦିକ ଦୀପକ ସାହୁ ପତାକା ଉତ୍ତୋଳନ କରିଥିଲେ l ମୁଖ୍ୟ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ସର୍ବଶ୍ରୀ ପିକେ ବାରିକ, ତାପସ ବିଶ୍ୱାଳ ଅମୀୟ ନାୟକ, ଅଶୋକ ଦାଶ ରମେଶ ସାହୁ ପ୍ରମୁଖ ଯୋଗଦେଇଥିଲେ l

ସେହିପରି ପୂର୍ବ ମାହାଙ୍ଗାର ନାହାଙ୍ଗ ପଂଚାୟତ, ଅଚ୍ୟୁତପୁର ଜଳସମ୍ପଦ କାର୍ଯ୍ୟାଳୟ, ବାଲିପଡ଼ା ଶ୍ରୀଧର କୁଅଁର ଉଚ୍ଚବିଦ୍ୟାଳରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି ଯୋଗଦେଇ ପତାକା ଉତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ, ଏଥିରେ ସମିତିସଭ୍ୟ ପ୍ରତିନିଧି ଜତୀନଜୟ କୁଅଁର, ଦିଲୀପ ଦାସ, ସାମ୍ବାଦିକ ବସନ୍ତ ସାମଲ, ଜଳଧର ନାୟକ, ତ୍ରିଲୋଚନ ମହାନ୍ତି, ବିଜୟ ବାରିକ, ପଂଚାୟତ ନିର୍ବାହୀ ଅଧିକାରୀ କୈଳାଶ ବେହେରା, ବିଜୟ କୁଅଁର, ଶରତ ସେଠି, ଭାଗବତ ସେଠି ପ୍ରମୁଖ ଉପସ୍ଥିତ ଥିଲେ, ମାହାଙ୍ଗା ଥାନାରେ ଆଇଆଇସି ରଂଜନ ପ୍ରଧାନ, ତହସିଲରେ ତହସିଲଦାର ଦିଲୀପ ନାୟକ, ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ବିଇଓ ଚକ୍ରଧର ବେହେରା, ମଦନ ମୋହନ ମଲ୍ଲ, ଜଳେଶ୍ୱର ପୁର ପଂଚାୟତରେ ସରପଞ୍ଚ ବିଜୟ ରାଉତ, କୁରୁଜଙ୍ଗାରେ ସରପଞ୍ଚ ଅନୁସୟା ଶର୍ମା,

କମଳାକାନ୍ତ ଦାସ, ଉମର ସରପଞ୍ଚ କାର୍ଯ୍ୟାଳୟ ରେ ସରପଞ୍ଚ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ଚିତ୍ତରଞ୍ଜନ ମହାନ୍ତି ପତାକା ଉତୋଳନ କରିଥିବା ବେଳେ ହରେକୃଷ୍ଣ ପ୍ରଧାନ, ସୁକାନ୍ତ ମହାପାତ୍ର, ଜଗନ୍ନାଥ ପ୍ରଧାନ ମନୋଜ ମହାରଣା, ବିବେକାନନ୍ଦ ବାରିକ, ତାପସ ପ୍ରଧାନ, ଦାଶରଥି ପୃଷ୍ଟି, କୈଳାଶ ଦାଶ, ପ୍ରମୁଖ ଉପସ୍ଥିତ ରହିଥିଲେ, ସେହିପରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ତୋଷ ଶତପଥି ଙ୍କ ଅଧ୍ୟକ୍ଷତାରେ ଚିକିତ୍ସା ଅଧିକାରୀ ହେମନ୍ତ ସିଂହ ପତାକା ଉତୋଳନ କରିଥିଲେ, ନାହାଙ୍ଗ ପ୍ରାଥମିକ ବିଦ୍ୟାଳରେ ଶିକ୍ଷକ ଜ୍ୟୋତି ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ସାହୁ, ନାହାଙ୍ଗ ରାମେଶ୍ୱର ଯୁବ ସଂସଦରେ ସସଭପତି ଉମେଶ ଚନ୍ଦ୍ର ମହାନ୍ତି ପତାକା ଉତ୍ତୋଳନ କରିଥିଲେ,ସେହିପରି ଝଡ଼େଶ୍ୱର ପୁର ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଚୌ ରମାକାନ୍ତ ପ୍ରହରାଜ ପତାକା ଉତ୍ତୋଳନ କରିଥିଲେ,

ଏହି ଅବସରରେ ସବୁ ଉତ୍ସବ ସ୍ଥଳରେ ବିଭିନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରି ବିଭିନ୍ନ ଗ୍ରାମ ଓ ପ୍ରମୁଖ ବଜାର ଛକ ଶୋଭାଯାତ୍ରାରେ ଯାଇ ସ୍ଲୋଗାନ ଦେଇଥିଲେ,

Exit mobile version