ଯୁବଶକ୍ତିର ସଫଳ ବିନିଯୋଗ ଦ୍ୱାରା ଉନ୍ନତ ରାଷ୍ଟ୍ର ନିର୍ମାଣ ସମ୍ଭବ : ମନ୍ତ୍ରୀ ତୁଷାରକାନ୍ତି
ଓଡିଶା ତାଜା ନ୍ୟୁଜ୍ ( ୧୨ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଙ୍କ ୧୫୮ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ ଉତ୍ସବରେ ଇଲେକ୍ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ଵର-୩ ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ , ଆମ ରାଜ୍ୟରେ ମୋଟ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ଯୁବବର୍ଗ । ରାଜ୍ୟ ସରକାର ସ୍ୱତନ୍ତ୍ର ଯୁବନୀତି ପ୍ରଣୟନ କରିବା ସହ ଯୁବକ ଓ ଯୁବତୀମାନଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଅନେକ ସମୟରେ ଦେଖାଯାଉଛି ବିଭିନ୍ନ ନକାରାତ୍ମକ ଶକ୍ତି ଯୁବ ବର୍ଗଙ୍କୁ ପଥଭ୍ରଷ୍ଟ କରାଇବା ସହ ବି ପଥଗାମୀ କରାଉଛି ।
