ସୂଚନା ଓ ଲୋକସଂପର୍କ ଦକ୍ଷିଣାଞ୍ଚଳ ଉପ – ନିର୍ଦ୍ଧେଶକ ଭାବେ ଗୁରୁବୀର ସିଂ ବ୍ରହ୍ମପୁର ଠାରେ ଦାୟିତ୍ଵ ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ମଙ୍ଗଳବାର ) ପାରଳାଖେମୁଣ୍ଡି  :- ଦକ୍ଷିଣାଞ୍ଝଳ ଉପ-ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ ଗୁରୁବୀର ସିଂ ଆଜି ବ୍ରହ୍ମପୁର ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତ ବୋଲି ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି । ସେ ୧୯୯୪ ମସିହାରେ ଓଡ଼ିଶା ସୂଚନା ସେବାରେ ଯୋଗଦାନ କରି ପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଜୟପୁରରେ କାର୍ଯ୍ୟ ଆରମ୍ଭ କରିଥିଲେ ପରେ କନ୍ଧମାଳ, ଗଜପତି, କଳାହାଣ୍ଡି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଭାବେ ସୂଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ ।

ଆଜି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ସିଂଙ୍କୁ ସ୍ୱାଗତ ଜଣାଇଥିଲେ । ସେ ଜଣେ ଅଭିଜ୍ଞ ଦାୟିତ୍ୱବାନ, କର୍ତବ୍ୟନିଷ୍ଠ ଓ ମେଳାପି ଅଧିକାରୀ ଭାବେ ଜଣାଶୁଣା । ଦାୟିତ୍ଵ ଗ୍ରହଣ କରିବା ପରେଶ୍ରୀ ସିଂ ଙ୍କୁ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଶିଶିର ଗୌଡ, ବୀରକିଶୋର ପଟ୍ଟନାୟକ, ରଶ୍ମୀ ରଞ୍ଜନ ମିଶ୍ର, କୃଷ୍ଣ କୁମାର ବେହେରା, ଶିବାଜୀ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l (ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version