ବରଗଡ଼ ଜିଲ୍ଲାରେ ସରକାରୀ ସ୍କୁଲ ବନ୍ଦ ପ୍ରସଙ୍ଗରେ ଅଭିଭାବକ ମାନେ ଜିଲ୍ଲା ଅଫିସରେ ଦ୍ୱାରସ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ବରଗଡ଼ :- ଜିଲ୍ଲାର ୨୭୩ ସରକାରୀ ସ୍କୁଲ ବନ୍ଦ ହେବା ପରେ ଏବେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ବରପାଲି ବ୍ଲକ ଗରଗଡ଼ ଦଲା ଗାଁ ର ପ୍ରାଥମିକ ବିଦ୍ୟାଳୟ, ଭେଡେନ ବ୍ଲକ ଦେଶ ପଥରଲା ଗାଁ ସ୍କୁଲ, ବରଗଡ଼ ତୋରା ପଂଚାୟତ କାନ୍ଦୁମୁଡ଼ା ଗାଁ ର ସ୍କୁଲ ବନ୍ଦ ହେଉଥିବାରୁ ଅଭିଭାବକ ମାନେ ଜିଲ୍ଲାପାଳ ଅଫିସରେ ଅଭିଯୋଗ କରିଛନ୍ତି । 

ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇ ସ୍କୁଲ ପୁନଃ ଖୋଲିବା କୁ ଦାବି କରିଛନ୍ତି ।  ଆଦମୀ ପାର୍ଟି ର ଆବାହକ ଭବାନୀ ସାହୁ, ଅମିତାଭ ପାତ୍ର, ମମତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version