ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 26.1.2020 :- ଆଜି ଅପରାହ୍ନରେ ପୁରୀ ଜିଲ୍ଲାର ପବିତ୍ର ମାଟି ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ। ସେ ଅଚାନକ ରବିବାର ସୁଆଣ୍ଡୋ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଆସିଥିଲେ। ୫-ଟି ସଚିବଙ୍କ ଗସ୍ତ ପରେ ଷଠୀ ଘରର ସୁରକ୍ଷା, ସଂଗ୍ରହାଳୟର ନିର୍ମାଣ ଓ ବ୍ରିଜ଼ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ ସହ ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ଜଣାପଡ଼ିଅଛି। ଏହି ଗସ୍ତରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
୫-ଟି ସଚିବଙ୍କ ସୁଆଣ୍ଡୋ ଗସ୍ତ, ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ କଲେ ବିଭିନ୍ନ କାର୍ଯ୍ୟର ସମୀକ୍ଷା

Related Content
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
by
Proprietor Abhimanyu Maharana
April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା
by
Proprietor Abhimanyu Maharana
April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ
by
Proprietor Abhimanyu Maharana
April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ
by
Proprietor Abhimanyu Maharana
April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର
by
Proprietor Abhimanyu Maharana
April 29, 2026
ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା
by
Proprietor Abhimanyu Maharana
April 28, 2026