ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ଭୁବନେଶ୍ୱର :- ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଚାରି ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମ ଦିନରେ ବରଗଡ଼ ଜିଲ୍ଲାରେ ପହଞ୍ଚି ବିଜେପୁର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଗ୍ରାମ ଠାରେ ଉଠା ଜଳସେଚନ ନୂତନ ପ୍ରକଳ୍ପର ଉଦଘାଟନ କରିବା ସହ ଚାଷୀ ମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି କାର୍ୟ୍ୟକ୍ଷମ ଓ ତ୍ୱରାନ୍ୱିତ କରିବା ନିମନ୍ତେ ସେ ତାଙ୍କର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଯୋଗଦାନ ଅବସରରେ ଗୁରୁତ୍ଵ ଦେଇଛନ୍ତି ।
