କଙ୍କୋରଡ଼ାରେ ବିଜେପିର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର )ବ୍ରହ୍ମପୁର :-ଭାରତୀୟ ଜନତା ପାର୍ଟି , ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କଙ୍କୋରଡ଼ା ମଣ୍ଡଳର ଏକ ପ୍ରଶିକ୍ଷଣ ଶିବିର ଆଜି ଆଡପଡା ସ୍ଥିତ ଈସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । କଙ୍କୋରଡ଼ା ମଣ୍ଡଳ ସଭାପତି ଶ୍ରୀ ରଞ୍ଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ବିଜେପିର ରାଜ୍ୟ ପରିଷଦ ସଭ୍ୟ , ପୂର୍ବତନ ଜିଲା ସଭାପତି , ରାଜ୍ୟ ଓ ବି ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ବରିଷ୍ଟ ବିଜେପି ନେତା ଶ୍ରୀ ବିଜୟ କୁମାର ସ୍ବାଇଁ ଉଦଘାଟନ କରିଥିଲେ । ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କ ସମବେଶପୂର୍ଣ୍ଣ ବୈଠକକୁ ଉଦବୋଧନ କରି ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ବିଜେପିର ଉତ୍ଥାନ ଜନିତ ସ୍ଥିତାବସ୍ଥା ,ବିଜେପିର ନୀତି ଓ ଆଦର୍ଶର ଇତିହାସକୁ ଦୋହରାଇବା ସହିତ ଆସନ୍ତା ଦିନର ସାଙ୍ଗଠନିକ ସଂସ୍କାର ପାଇଁ ଅନୁପ୍ରାଣିତ କରିଥିଲେ ।

ଦଳୀୟ ଆଦର୍ଶକୁ ସାଧାରଣରେ ଉପଲବ୍ଧ କରାଇ ବିଜେପି ସରକାରଙ୍କ ଲୋକାଭିମୁଖୀ ସଫଳତାକୁ ପାଥେୟ କରି ଆସନ୍ତା ଦିନରେ ଦଳକୁ କ୍ରିୟାଶୀଳ କରାଇବାକୁ ଉଦ୍ୟମ ଜାରୀ ରଖିବାକୁ ଗୁରୁମନ୍ତ୍ର ପ୍ରଦାନ୍ କରିଥିଲେ । ଅନୁଷ୍ଟିତ ଏହି ବୈଠକରେ ବିଜେପିର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଦାଧର ସ୍ବାଇଁ ଅଂଶଗ୍ରହଣ କରି ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ସଜାଗ ରହିବା ପାଇଁ ସାଧାରଣ ଜନତାଙ୍କୁ ବିଜେପି ପ୍ରତି ଆକୃଷ୍ଟ କରାଇବାକୁ ରଣନୀତି ପ୍ରସ୍ତାବ ଆଗତ କରିଥିଲେ ।କାର୍ଯ୍ୟକ୍ରମରେ ସୁବାସ ପ୍ରଧାନ , ସଞ୍ଜୟ ଜେନା , ଲୀଟୁ ପ୍ରଧାନ , ସନାତନ ନାୟକ , ଦିଲିପ୍ ପ୍ରଧାନ , ନାରାୟଣ ବେହେରା , ମୁନା ପ୍ରଧାନ , ରଜେଶ୍ୱର ତ୍ରିପାଠୀ , ଆର୍ ଦେବାନ , ଏ ଶୁକଦେବ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

 

Exit mobile version