ବେଆଇନ ଖଣି ମାଫିଆ ଙ୍କ ପାଈଁ : କାଳ ସାଜିଛି ଚାନ୍ଦପୁର ପୋଲିସ

 ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ଚାନ୍ଦପୁର :- ଚାନ୍ଦପୁର ପୋଲିସ ଓ ଖଣି ମାଫିଆ ଙ୍କ ସହ ହୋଇଥିବା ଖଣ୍ଡ ଯୁଦ୍ଧ ରେ ୫ ଜଣ ମାଫିଆ ଙ୍କୁ ଗିରଫ କରାଯାଇ ୫/ ୨୧ ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରିଛି ଚାନ୍ଦପୁର ପୋଲିସ । ଖଣି ଖାଦନ କୁ ବେଆଇନ ବେସରକାରୀ ଭାବେ ଚୋରି କରୁଥିବା ମାଫିଆ ମାନଙ୍କ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହି ଭଳି ବେଆଇନ ଖଣି ଖନନ କୁ ରୋକିବା ପାଈଁ ଚାନ୍ଦପୁର ପୋଲିସ ସ୍ବତନ୍ତ୍ର ଭାବେ ଅଣ୍ଟା ଭିଡିଛି ।

ଏହାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ମଧ୍ୟ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ସରକାରୀ ଖଣି ଗୁଡିକୁ ଲୁଟୁଥିବା ଖଣି ମାଫିଆ ମାନଙ୍କୁ ବନ୍ଦ କରିବା ତଥା ଖଣି ମାଫିଆ ଙ୍କ ଲୁଟ କୁ ଗୁପ୍ତ ଭାବେ ପୋଲିସ କୁ ସୂଚନା ଦେବାକୁ ମଧ୍ୟ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଚାନ୍ଦପୁର ପୋଲିସ । ଏବଂ ପ୍ରତ୍ୟେକ ପୋଲିସ ଷ୍ଟେସନ କୁ ମଧ୍ୟ କରିଛନ୍ତି କି ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି , ମାଫିଆ ଙ୍କୁ କୌଣସି ମତେ ସମୂଳନାଶ କରାଯିବା ପାଇଁ ଶପଥ କରିଛନ୍ତି ଚାନ୍ଦପୁର ପୋଲିସ । ଏହି ଚୋରା କାରବାର କୁ ରୋକିବା ଦିଗରେ ପୋଲିସ ଦେଖାଇଛି ତତ୍ପରତା ।

Exit mobile version