ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ ବୈଠକ – ନୟାଗଡ଼

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର )ନୟାଗଡ଼ :- ଜିଲ୍ଲାସ୍ତରୀୟ ଖାଦ୍ୟ ସୁରକ୍ଷା ପରାମର୍ଶଦାତା କମିଟିର ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ସକାଳ ଘ.୧୧.୩୦ମି. ସମୟରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ବୈଠକର ଆବଶ୍ୟକତା ସଂପର୍କରେ ସୂଚନା ଦେଇ କହିଲେ ଯେ, ଖାଦ୍ୟ ସୁରକ୍ଷା ପାଇଁ ସମସ୍ତ ସଦସ୍ୟଙ୍କର ଭୁମିକା ଓ ଦାୟିତ୍ୱ ଗୁରୁତ୍ୱପୂର୍ଣ । ବିଭିନ୍ନ ବିଭାଗ ଯଥା- ଜିଲ୍ଲା CSO ,CDVO ,DWO ,DSWO , DEO , DIC ଆଦି ବିଭାଗରେ ଖାଦ୍ୟ ସୁରକ୍ଷା ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ପଂଜୀକରଣ କରିବା ସହିତ ରାଜସ୍ୱ ଆଦାୟ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ପରେ ଫାଇଲେରିଆ ରୋଗକୁ ନିରାକରଣ କରିବା ପାଇଁ ଔଷଧ ବଂଟନ କାର୍ଯ୍ୟକ୍ରମ ତା. ୧୦.୦୨.୨୦୨୧ରିଖରୁ ଆରମ୍ଭ ହେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଫାଇଲେରିଆ ରୋଗ ପାଇଁ ବଟିକା ଠିକ୍ ଭାବରେ ଯେପରି ପ୍ରଦାନ କରାଯିବ ସେଥିପ୍ରତି ଯନ୍‌ôବାନ ହେବା ପାଇଁ ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ମଶାରି ବଂଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ୍ ନିରାକରଣ ପାଇଁ ଟୀକା ପ୍ରଦାନ ସଂପର୍କୀୟ ଏକ ବୈଠକ ଆସନ୍ତା କାଲି ବ୍ଲକମାନଙ୍କରେ ବି.ଡି.ଓ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ସଂପୃକ୍ତ ଡାକ୍ତର, ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ । ଆସନ୍ତା ତା. ୧୬.୦୧.୨୦୨୧ରିଖ ଠାରୁ ଟୀକାକରଣ କରାଯାଉଥିବାରୁ ସେଥିପାଇଁ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରମାନେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି କୋଭିଡ୍ ଟୀକା ଦାନ କାର୍ଯ୍ୟକ୍ରମ ପ୍ରାୟ ନିର୍ବାଚନ ପଦ୍ଧତିରେ ଅନୁଷ୍ଠିତ ହେବ । ସୁରକ୍ଷା କର୍ମୀ ପରିଚୟ ପତ୍ର ଦେଖି ଅନୁମତି ଦେବେ ।

ପରେ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଟୀକା ଦିଆଯିବ । ଟୀକା ନେବା ପରେ ୩୦ମିନିଟ୍ ସମୟ ବିଶ୍ରାମ ନେଇ ଘରକୁ ଫେରିବେ । ଏହି ଟୀକାକରଣ କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳନା କରିବା ପାଇଁ ସଂପୃକ୍ତ କର୍ମଚାରୀମାନେ ଯତ୍ନବାନ ହେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ.ଡି. , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, , ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଊମାକାନ୍ତ ମଲ୍ଲିକ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତି ପ୍ରାସଦ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରା , ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ସମସ୍ତ ବ୍ଲକର ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଏବଂ ଡି.ପି.ଏମ. ପ୍ରମୁଖ ଉପସ୍ଥିତ ଥିଲେ ।       (ରିପୋର୍ଟ ରାମକୃଷ୍ଣ ରଥ/ଅଭିମନ୍ୟୁ )

Exit mobile version