ଟେଣ୍ଟ ମାଲିକ ସଂଘର ବୈଠକ – ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ଟେଣ୍ଟ ମାଲିକ ସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାମ ନାରାୟଣ ଦାଶ ସଭାପତିତ୍ବରେ କରିଥିଲେ । ବରଗଡ଼ ଜିଲ୍ଲା ସଭାପତି କ୍ଷୀରୋଦ୍ର ଶତପଥୀ,ସଂପାଦକ ବାବୁ ପ୍ରଧାନ,ରାଜ କୁମାର ଛତରିଆ,ସୁଜିତ ବେହେରା,ସମ୍ଯାର୍କ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

କରୋନା ମହାମାରୀ ପାଇଁ ଚଳିତ ବର୍ଷ ବ୍ଯବସାୟ ସମ୍ପୂର୍ଣ୍ଣ ଉଜୁଡ଼ି ପଡିଥିବା ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ସଂଘର ନିୟମ କାନୁନ୍‌ ବିଷୟରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଟେଣ୍ଟ ସାମଗ୍ରୀ ର ଦର ନିର୍ଦ୍ଧାରିତ କରାଯାଇଥିଲା । ଶେଷରେ ପଦ୍ମପୁର ଉପଖଣ୍ତ ଟେଣ୍ଟ ମାଲିକ ସଂଘ ସଂପାଦକ ପ୍ରଶାନ୍ତ ସାହୁ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version