ROHF ଦ୍ୱାରା ଅନ୍ଧତ୍ୱ ଦୁରିକରଣର ଏକ ଛୋଟ ପ୍ରୟାସ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ଭୁବନେଶ୍ୱର :- ରେ ଅଫ ହୋପ ଫାଉଂଡେସନ (ରୋଫ- ROHF ) ତରଫରୁ ଭୁବନେଶ୍ୱର ସ୍ଥିତ ନାରାୟଣୀ ବସ୍ତିରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଅଛି I ଏହି କାର୍ଯ୍ୟକ୍ରମଟି କେୟାର ନେତ୍ରମ୍ ଭୁବନେଶ୍ୱର ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼. ନଳିନୀ ପାତ୍ର ( ମୁଖ୍ୟ ଅଧ୍ୟାପକ, ବିଜେବି କଲେଜ ) ଅସିତ କୁମାର ପ୍ରଧାନ ( ବିଶିଷ୍ଟ ସିରିଏଲ ଅଭିନେତା), କାଳିଆ ପ୍ରଧାନ ( ଆନ୍ତର୍ଜାତୀକ ଦୃଷ୍ଟିହୀନ କ୍ରିକେଟ ଖେଳାଳି ) ଯୋଗ ଦେଇଥିଲେ I

କାର୍ଯ୍ୟକ୍ରମରେ ନାରାୟଣୀ ବସ୍ତିର ୮୦ ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକ ଅନୁଯାୟୀ ଚଷମା ପାଇପାରିଛନ୍ତି ଏବଂ ପାଖାପାଖି ୧୨ ଜଣ ମାଗଣା ମୋତିଆବିନ୍ଦୁ ଅପରେସନ ପାଇଁ ଚିନ୍ହଟ ହୋଇଛନ୍ତି I ଏହି କାର୍ଯ୍ୟକ୍ରମକୁ ରେ ଅଫ ହୋପ ଫାଉଂଡେସନର ମୁଖ୍ୟ ନିଶୀକାନ୍ତ ତାରେଣିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଅଛି I ଏହି କାର୍ଯ୍ୟକ୍ରମକୁ ଅଖିଳ କୁମାର ଦାଶ, ଡ଼କ୍ଟର ଦୁର୍ଗା ପ୍ରସାଦ ସ୍ୱାଇଁ (ଏସସିବି ମେଡିକାଲ), ସ୍ଥିତପ୍ରଜ୍ଞ ଦାସ, ଗିରିଜା ଶଙ୍କର ରଣା, ଅଭିଷେକ ସାମଲ,କାବ୍ୟ ସମ୍ବାଦ, ଉପାସନା ଆଚାର୍ଯ୍ୟ, ଅର୍ଚନା ଅର୍ପିତା ଦାସମହାପାତ୍ର, କେଦାରନାଥ ରାଉତ, ଜିତେନ୍ଦ୍ର ସାହୁ, ଜଗନ୍ନାଥ ସାହୁ, ସ୍ମୃତିରଞ୍ଜନ, ଅନ୍ଵେଷା, ହାପି, ଲିଟୁ ଏବଂ କୈବଲ୍ୟ ପରିଚାଳନା କରିଥିଲେ I (ରିପୋର୍ଟ – ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version