ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା ଘଟଣା ! ବିଜେପି ର ଥାନା ଘେରାଉ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡର ପାଇକମାଳ ଥାନା ଅଧୀନରେ ଥିବା ଭୁବନେଶ୍ବରପୁର ଗ୍ରାମ ପଞ୍ଚାୟତ ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି ପାଇକମାଳ ମଣ୍ଡଲ ତରଫରୁ ଆଜି ଥାନା ଘେରାଉ ଡାକରା ଦିଆଯାଇଥିଲା। ଯାଦ୍ୱାରା ଆଜି ପାଇକମାଳ ଖେଳ ପଡିଆ ଠାରୁ ଏକ ଶୋଭା ଯାତ୍ରାରେ ଭାରତୀୟ ଜନତା ପାର୍ଟିର ଶହ ଶହ ସଂଖ୍ୟା ରେ ମହିଳା ଓ ପୁରୁଷ ଥାନାକୁ ପହଞ୍ଚି ଥିଲେ ।ଥାନାରେ ପୋଲିସ ଅଧିକାରୀ ମାନଙ୍କ ସହ ଗେଟ୍ ଖୋଲିବା ନେଇ ତର୍କ ବିତର୍କ ଟଣା ଓତରା ପରିସ୍ଥିତି ଦେଖା ଦେଇ ଥିଲା ।ପରିସ୍ଥିତି ଘଣ୍ଟା ଘଣ୍ଟା ଧରି ଅଚଲା ପରିସ୍ଥିତି ଦେଖା ଦେଇ ଉତ୍ତେଜନା ସୃଷ୍ଠି ହୋଇଥିଲା ।

ଖେଳ ପଡିଆରେ ବିଜେପି କର୍ମକର୍ତ୍ତା ମାନେ ବିଭିନ୍ନ ପୋଲିସ ବିରୋଧୀ ସ୍ଲୋଗାନ ଓ ନାରାବାଜି ଦେଇ ଥାନାକୁ ପହଞ୍ଚି ଥିଲେ । ଏଥିରେ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୁକ୍ତା ସାହୁ, ନାରୀନେତ୍ରୀ ଜ୍ଜୋଷ୍ନା ରାଣୀ କର,ଜିଲ୍ଲା ସଭାପତି ପ୍ରିତେଶ ବହିଦାର,ଜିଲ୍ଲା ପରିଷଦ ସଭ୍ୟ ରମେଳା ଲୁହାର ଓ କୁମୁଦିନୀ ସାହୁ,ସରପଞ୍ଚ ନିରୁପା ସିଂ,ସମିତି ସଭ୍ୟା ବବିତା ପ୍ରଧାନ, ପାଇକମାଲ ମଣ୍ଡଳ ସଭାପତି କୈଲାସ ଦିଶ୍ରି, ବାଦିକଟା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ,ମାଣ୍ତୋସିଲ ମଣ୍ତଳ ସଭାପତି ସଞ୍ଜୟ ବେହେରା, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା,ଦହିତା ମଣ୍ତଳ ସଭାପତି କେତନ ମେହେର,

ସରୋଜ ପାଣିଗ୍ରାହୀ,ରାଜୁ ତ୍ରିବେଦି,ବଳରାମ ସାହୁ,ଫକୀର ଭୋଇ,ତିଲକ ରଣା,ହିରାଲାଲ ପଟେଲ,ପର୍ଶୁରାମ ନାଏକ,ଗୋବର୍ଦ୍ଧନ ଅଗ୍ରୱାଲ, ଲଳିତ ଜଗତ,ଦୁଃଶାସନ କୁମ୍ଭାର,ଯୋଗେନ୍ଦ୍ର ଭୋଇ,ଚକାନନ ସେଠ,ଡମ୍ବରୁଧ ହାତୀ,ମନଜୁରି ପଟେଲ,ବସନ୍ତା ମହାନନ୍ଦ,କାନ୍ତି କୁମାରୀ,ରୁକୁମଣି ସେଠ,ଶଶୀକାନ୍ତ ସାହୁ,ବାରୁ ବର୍ତ୍ତିତୀ ପ୍ରମୁଖ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିଲେ।ଘଟଣାସ୍ଥଳକୁ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ,ପାଇକମାଳ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ପ୍ରମୁଖ ପହଞ୍ଚି ଘଟଣା ଉପରେ ଆନ୍ଦୋଳନ କାରିଙ୍କୁ ଅବଗତ କରାଇବା ସହ ଆଜି ସାମ୍ବାଦିକ ସମ୍ମିଳନୀ ରେ ସମସ୍ତ ସୂଚନା ପ୍ରଦାନ କରି ଆପଣ ଜାଣି ଯିବେ ବୋଲି କହିଥିଲେ।ଏହାପରେ ଆନ୍ଦୋଳନ କାରୀମାନେ ଆସାମୀ କୁ ଗିରଫ କରି ଉଚିତ୍ କାର୍ଯ୍ୟାନୁଷ୍ଠନ ନ ହେଲେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version