ବିଶିଷ୍ଟ ସୂଚନା ଅଧିକାର କର୍ମୀ ରଂଞ୍ଜନ କୁମାର ଦାସ ଙ୍କ ହତ୍ୟାକାଣ୍ଡ କୁ ; ୩୪୫ ଦିନ ବିତି ଯାଇଥିଲେ ମଧ୍ୟ  ପୋଲିସ ତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ, ବିଫଳ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) କେନ୍ଦ୍ରାପଡ଼ା  :- ବିଶିଷ୍ଟ ସୂଚନା ଅଧିକାର କର୍ମୀ ରଂଞ୍ଜନ କୁମାର ଦାସ ଙ୍କ ହତ୍ୟାକାଣ୍ଡ କୁ ୩୪୫ ଦିନ ବିତିଯାଇଥିଲେ ମଧ୍ୟ ଓଡ଼ିଶା ସରକାର ଏବଂ ଓଡ଼ିଶା ପୋଲିସ ତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ/ ବିଫଳ ହୋଇଛନ୍ତି… Naveen Patnaik ବାବୁ ଆପଣ ଓଡ଼ିଶାର ୫ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି… ମୋ ଜାଣିବାରେ ଆପଣ ଜଣେ ଉଚ୍ଚ ଶିକ୍ଷିତ ଏବଂ ଅନୁଭବି ନେତା ଯଦି ଆପଣଙ୍କ ଶାସନ କାଳରେ ବାରମ୍ବାର ଲୁଟ୍, ରେଫ୍, ହତ୍ୟା, ରାହାଜାନି ଇତ୍ୟାଦି ଘଟଣା ଘଟିବ ଲୋକମାନେ ନ୍ୟାୟ ପାଇପାରିବେ ନାହିଁ ।

ଲୋକମାନେ ନ୍ୟାୟ ନପାଇ ଆତ୍ମହତ୍ୟା ବରିବେ ତେବେ ଆପଣଙ୍କୁ  ଇତିହା ସକ୍ଷମାଦେବ_ତ ? ବିଶିଷ୍ଟ ସୂଚନା ଅଧିକାର କର୍ମୀ ରଂଞ୍ଜନ କୁମାର ଦାସ ଙ୍କ ହତ୍ୟାକାଣ୍ଡ ମାମଲାରେ ପରିବାର ପକ୍ଷରୁ ହତ୍ୟା ହୋଇଛି ବୋଲି ଅଭିଯୋଗ (ଏତଲା)ହେଲା ତଦନ୍ତ ମଧ୍ୟ ଚାଲିଲା ଏହି ହତ୍ୟାକାଣ୍ଡ ଘଟଣାର  CBI ତଦନ୍ତ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନ/ଜିଲ୍ଲାରେ ଦାବି ଜୋର ଧରିଲା… ଆପଣ କଣ୍ଣ ପାତ କଲେ ନାହିଁ… ଓଡ଼ିଶାର ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟ ରଂଞ୍ଜନ ଦାସ ହତ୍ୟାକାଣ୍ଡ ମାମଲାର CBI ତଦନ୍ତ ଦାବି କଲେ… ଆପଣ ସେତେବେଳେ ମଧ୍ୟ କଣ୍ଣ ପାତ କଲେ ନାହିଁ… ଦେଶର ୧୮ ଜଣ ଅବସର ପାପ୍ତ  IAS ଅଫିସର ଆପଣଙ୍କୁ ଚିଠି ଲେଖିଥିଲେ ତାହାର କୈଣସି ସୁଫଳ ମିଳିଲା ନାହିଁ… ବିଶିଷ୍ଟ ସୂଚନା ଅଧିକାର କର୍ମୀ ରଂଞ୍ଜନ କୁମାର ଦାସ ଙ୍କ ହତ୍ୟାକାଣ୍ଡ ମାମଲାର  CBI ତଦନ୍ତ ପାଇଁ ମାନ୍ୟବର

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେ ମଧ୍ୟ ପରିବାର ପକ୍ଷରୁ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜ୍ଜୁ ହୋଇଛି… ଓଡ଼ିଶା ରାଜ୍ୟର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ସୂଚନା ଅଧିକାର କର୍ମୀ, ମାନବାଧିକାର କର୍ମୀ, ଓକିଲ ଏବଂ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ର CBI ତଦନ୍ତ ଦାବି କୁ ଆପଣ ପୁରଣ କରୁନାହାନ୍ତି କାହିଁକି..? ସନ୍ଦେହ ରେ ଓଡ଼ିଶା ବାସୀ… CMO Odisha ଏହା କଣ ଆପଣଙ୍କ ଭାବମୁତ୍ତି କୁ ମଳିନ କରୁନାହିଁ କି..? ବର୍ତ୍ତମାନ ମଧ୍ୟ ଓଡ଼ିଶା ରେ ଗୋଟିଏ ଦାବି ବିଶିଷ୍ଟ ସୂଚନା ଅଧିକାର କର୍ମୀ ରଂଞ୍ଜନ କୁମାର ଦାସ ଙ୍କ ହତ୍ୟାକାଣ୍ଡ ମାମଲାର CBI ତଦନ୍ତ କରାଯାଉ… ଆମେ ମଧ୍ୟ ଆପଣଙ୍କୁ ବିନମ୍ର ସହିତ ଅନୁରୋଧ କରୁଛୁ ବିଶିଷ୍ଟ ସୂଚନା ଅଧିକାର କର୍ମୀ ରଂଞ୍ଜନ କୁମାର ଦାସ ଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ ଭାର CBI କୁ ହସ୍ତାନ୍ତର କରନ୍ତୁ… ଆପଣଙ୍କୁ ଅନୁରୋଧ କରୁଛୁ ଆଲୋଚନା ସମାଲୋଚନା କୁ ସମ୍ମୁଖୀନ କରି ଏକ ସୁସ୍ଥ ସମାଜ ଗଠନ କରନ୍ତୁ   CBI ତଦନ୍ତ କରି ଯାହା ରିପୋର୍ଟ ଦେବ ଆମ୍ଭେମାନେ ତାହାକୁ ଗ୍ରହଣ କରିବୁ.. (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )

Exit mobile version