ଆସନ୍ତାକାଲି ଡ – ଡି ପୁରନ୍ଦେଶ୍ୱରୀ କାର୍ଯ୍ୟକ୍ରମ ପାଇଁ ରାୟଗଡ଼ ବ୍ଲକ ପକ୍ଷରୁ ସଜ ବାଜ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ରାୟଗଡ଼ :- ଗଜପତି ଜିଲ୍ଲାକୁ ଆସନ୍ତା କାଲି ଓଡିଶା ପ୍ରଦେଶ ବିଜେପି ପ୍ରଭାରୀ ଶ୍ରୀମତୀ ଡ .ଡି ପୁରନ୍ଦେଶ୍ବରୀ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସର୍କିଟ ଭବନ ଠାରେ ବିଜେପି ଦଳୀୟ କାର୍ଯ୍ୟକ୍ରମ ଉପସ୍ଥିତ ରହି ଦଳୀୟ କାର୍ଯ୍ୟ କର୍ତ୍ତାଙ୍କୁ ସାକ୍ଷାତସହ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ l

ଜିଲ୍ଲା ସଭାପତି ସ୍ଥାନୀୟ ବିଧାୟକ କେ ନାରାୟଣ ରାଓ ଙ୍କ ଆହ୍ୱାନ କ୍ରମେ ରାୟଗଡ଼ ବ୍ଲକ ପକ୍ଷରୁ ପୂର୍ବତନ ବ୍ଲକ ଅଧକ୍ଷ ନବକିଶୋର ଶବର, ମଣ୍ଡଳ ସଭାପତି ଜଗନ୍ନାଥ ଖାଡ଼ଙ୍ଗାଲୁ ଗଙ୍ଗାଧର ଗୌଡ଼ ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ଭୂୟାଁ, ମୋହନା ନିର୍ବାଚନମଣ୍ଡଳୀ ମିଡ଼ିଆସେଲ ପ୍ରମୁଖ ଦୁର୍ଗା ପ୍ରସାଦ ସୁବୁଦ୍ଧି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ବୋଲି ଜଣାପଡିଛି l (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି)

Exit mobile version