କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଯନ୍ତ୍ରୀମାନଙ୍କର ସମୀକ୍ଷା ବୈଠକ ‘କୃଷି କ୍ଷେତ୍ରରେ ଅଧିକ ଯାନ୍ତ୍ରିକୀକରଣର ଆବଶ୍ୟକତା ରହିଛି’ ‘ସମସ୍ତ ବ୍ଲକ୍ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ’ – ମନ୍ତ୍ରୀ ଡ. ସାହୁ
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ଭୁବନେଶ୍ୱର :- କ୍ରମବର୍ଦ୍ଧିଷ୍ଣୁ ଖାଦ୍ୟଶସ୍ୟର ଚାହିଦା ମେଣ୍ଟାଇବା ପାଇଁ କୃଷି କ୍ଷେତ୍ରରେ ଅଧିକ ଯାନ୍ତ୍ରିକୀକରଣର ଆବଶ୍ୟକତା ରହିଛି । ଏହା ଦ୍ୱାରା ସୀମିତ ଜମିରେ ଅଧିକ ଫସଲ ଉତ୍ପାଦନ କରିହେବ । ଚାଷଜମିକୁ ଜଳସେଚନ ପାଇଁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିେ ପ୍ରକ୍ଷୀରେ କୃଷି ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁ ପାଳନ କରି ଜଳସେଚନର ସୁବିଧା ନିମନ୍ତେ ‘ଜଳନିଧି’ ଏବଂ ‘ସୌରଜଳନିଧି’ ଯୋଜନା ଓ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରି ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କୃଷି ଓ କୃଷି ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ସାଂ ପ୍ରତିକ ସ୍ଥିତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟା ପକ ସୁଯୋଗ ରହିଛି ।
