କେନ୍ଦୁପତ୍ର ଶ୍ରମିକଙ୍କ ସମସ୍ୟା:ଡିଏଫଓ ଙ୍କ ସହ ଆଲୋଚନା – ପଦ୍ମପୁର 

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର )  ପଦ୍ମପୁର :- ପଦ୍ମପୁର କେନ୍ଦୁପତ୍ର ତୋଳାଳୀ,ଗୁଛା କଟାଲୀ,ବନ୍ଧେଇ ଶ୍ରମିକ,ମୁନସୀ,ଚପରାସୀ ସମସ୍ତ ସିଜିନାଲ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ପ୍ରତିନିଧି ମଣ୍ଡଳୀ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଶ୍ରୀ ପ୍ରତାପ କୁମାର ବେହେରାଙ୍କ ସହ ଗତ କାଲି ଆଲୋଚନା କରିଛନ୍ତି ।

କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳୀ,ଗୁଛା କଟାଲୀ ମାନେ ଦୀର୍ଘ ଦିନରୁ ଆବେଦନ କରିଥିବା ଛାତ୍ର ବୃତ୍ତି ଓ ବିବାହ ସହାୟତା ପ୍ରଦାନ,ମୁନସୀ,ଚପରାସୀ ମାନଙ୍କୁ ଯଥା କ୍ରମେ ୩ ମାସ ଓ ୨ ମାସ ଦରମା ପ୍ରଦାନ,ସିଜି ୱାଚର ସହ ସିଜିନାଲ କର୍ମଚାରୀ ମାନଙ୍କୁ ଗ୍ରାଚୁଏଟି ପ୍ରଦାନ,ସର୍କଲ ଚେକର ଓ ଚେକର ପ୍ରମୋଶନ ଦେବା,ମେଲଛାମୁଣ୍ଡା ଓ ସୋହେଲା କର୍ମଚାରୀ ମାନଙ୍କ ବକେୟା ଦରମା ପ୍ରଦାନ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

ଆସନ୍ତା ୭ ଦିନ ଭିତରେ ସଂଘ ଦ୍ୱାରା ଉପସ୍ଥାପିତ ସମସ୍ତ ଦାବି ଗୁଡିକୁ ପୂରଣ କରାଯିବ ବୋଲି ଡିଏଫଓ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । ଡିଏଫଓ ଙ୍କ ସହ ଆଲୋଚନା ସମୟରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସଂପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ,ରାଜ୍ୟ ସଂପାଦକ ଶ୍ରୀ କୋକିଳ ସାହୁ,ହେଡଚେକର ଶ୍ରୀ ସୁରେଶ ପଣ୍ତା,ରାଜେନ୍ଦ୍ର ପ୍ରସାଦ ଯୋଷୀ,ଋଷବ ପ୍ରଧାନ,କେଶବ ପଟେଲ ସଂଘର ସଦସ୍ୟ ଚକାମନ ପ୍ରଧାନ,ଘନଶ୍ଯାମ ପ୍ରଧାନ,ରଙ୍କମଣି ବଗର୍ତ୍ତୀ ୱାଚର ସଂଘର ନେତା ଭାର୍ତ୍ତିକ ନାଗ ଆଦି ସାମିଲ ହୋଇଥିଲେ ।    (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version