ପୂର୍ବ ଶତ୍ରୁତା କୁ ନେଇ ଘଟିଛି ହତ୍ୟାକାଣ୍ଡ ଘଟଣା – ବିଜେପି କରୁଛି ଦୁର୍ନୀତି ବାହାନା

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ମାହାଙ୍ଗା :- ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଓ ଉପଧକ୍ଷା ରସିଦା ବେଗମ ଙ୍କ ଗୌଡପଡା ଡ଼ାକବଙ୍ଗଳାରେ ପ୍ରେସ ମିଟ, ବିଜେପି ହତ୍ୟା ଘଟଣାକୁ କରୁଛି ରାଜନୈତିକ ବାହାନା, ହତ୍ୟା କାଣ୍ଡ କାରଣ ସମ୍ପର୍କରେ ସମସ୍ତ ଅବଗତ, ବ୍ୟକ୍ତିଗତ ଶତ୍ରୁତା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ,

ମୁଖ୍ୟ ଅଭିଯୁକ୍ତ ପ୍ରତିକ୍ରିୟା ଦେଇସାରିବା ପରେ ଏହାକୁ ତୁଛ ରାଜନୀତି କରିବା ବିଜେପି ର ମୂଳ ଲକ୍ଷ ବୋଲି ଅଧ୍ୟକ୍ଷ କହିଛନ୍ତି, ଯଦି ମୃତ କୁଳମଣି ତାଙ୍କ ରାଜନୀତି ଜୀବନ ମଧ୍ୟରେ କେବେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ଯାଏ ତାଙ୍କ ଦସ୍ତଖତ ଥିବା ଅଭିଯୋଗ ଦେଇଛନ୍ତି ବିଜେପି ଏହା ପ୍ରମାଣ  ବୋଲି ଅନୁରୂପ ଅଭିଯୋଗ କରିଛନ୍ତି,

ସେ କଂଗ୍ରେସ ରେ 20ବର୍ଷ ଓ ଏବେ ବିଜେପି ରେ କାମ କରୁଥିଲେ ତାଙ୍କ ସ୍ୱଭାବ ଆଉ କାର୍ଯ୍ୟକ୍ରମ କଣ ମାହାଙ୍ଗାର ଲୋକେ ଭଲଭାବେ ଜାଣିଛନ୍ତି, ଏ ହତ୍ୟା କାଣ୍ଡ କେବଳ ବ୍ୟକ୍ତିଗତ ଶତ୍ରୁତାରୁ ହୋଇଛି ପୋଲିସ ତା କାମ କରୁଛି ଯିଏ ଦୋଷୀ ତାକୁ ଦଣ୍ଡ ଦେବା ସହ ଗିରଫ କରିବ ବୋଲି କହିଥିଲେ, କେବଳ ମାହାଙ୍ଗା ର ଲୋକପ୍ରିୟ ବିଧାୟକ ତଥା ମନ୍ତ୍ରୀଙ୍କୁ ବଦନାମ କରିବାକୁ ବିଜେପି ଓ କଂଗ୍ରେସ ର ମିଳିତ ପ୍ରୟାସ ବୋଲି କହିଛନ୍ତି,

Exit mobile version