ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ :୨୩ତମ ନେତାଜୀ ମେମୋରିଆଲ୍ କ୍ରିକେଟ କପ – ତୃତୀୟ ଦିବସ ରେ ଖେଳ ସମାପନ ହୋଇ ଯାଇଛି  

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ପଦ୍ମପୁର :- ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ୨୩ତମ ନେତାଜୀ ମେମୋରିଆଲ୍ କ୍ରିକେଟ କପ ଆଜି ତୃତୀୟ ଦିବସ ରେ ଖେଳ ସମାପନ ହୋଇ ଯାଇଛି l ଆଜି ୯ ଟି ଦଳ ଅଂଶ ଗ୍ରହଣକରି ତାଙ୍କ ଚମତ୍କାରିତା ଖେଳ ପ୍ରଦର୍ଶନ କରି ଖେଳ ପ୍ରେମୀଙ୍କୁ ହତବାକ କରି ଦେଇଥିଲେ l ଶପ୍ରଥମ ମ୍ୟାଚ ବରିକେଲ ଓ କୁଡାସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଶେଷରେ ବୁଡେନ ଟିମ କୁ ପଦ୍ମପୁର (ଜେ.ସି.ସି)ଟିମ ହରାଇ ସେମିଫାଇନାଲ କୁ ପ୍ରବେଶ କରିଥିଲା l ଆଜିର ଉତଯାପିତ ଦିବସରେ ମୁଖ୍ୟଅତିଥି ଭାବେ ପଦ୍ମପୁର ଓକିଲ ସଂଘ ର ସମ୍ପାଦକ ଶ୍ରୀ ପ୍ରଶାନ୍ତ ମାଝୀ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସଯୁକ୍ତା ମାଝୀ, ଖଲିଆପାଲି ଗ୍ରାମପଞ୍ଚାୟତ ର ଭି.ଏ.ଡବ୍ଲୁ ଶ୍ରୀ ସୁଶିଲ କୁମାର କିଷାନ ଯୋଗଦେଇ ଖେଲାଳି ତଥା ଖେଳ ଉଦଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ l

ଆଜିର ଖେଳ ପରିଚାଳନା ସର୍ବଶ୍ରୀ ସୁରେଶ,ଗୋପାଳ,ହେମନ୍ତ ଗୋପି କରିଥିବାବେଳେ ଭାଷ୍ୟକାର ସୁଶାନ୍ତ ପ୍ରଧାନ,ଶ୍ରୀକାନ୍ତ ବଗର୍ତ୍ତି ଓ ସ୍କୋରର୍ ପ୍ରଶାନ୍ତ ବଗର୍ତ୍ତି ତୁଲାଇଥିଲେ l ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ମନୋଜ, ସୁଦାମ, ସଞ୍ଜୟ, ଉତ୍ତମ, ମୁକେଶ, ରାଜେଶ, ବଣ୍ଟି, ରାହୁଳ, ପିଣ୍ଟୁ, ସ୍ୱାଧିନ, ପବିତ୍ର, ଦୀପକ, ଭାଷ୍କର, ଜିତେଶ, ଅମିତ, ଗଜିନ, ମଣ୍ଟୁ, ବିନେଶ, ଜଗନ୍ନାଥ ଖୁବ ସୁନ୍ଦର ଭାବେ ତୁଲାଇଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version