ଉପଖଣ୍ତ ଚିକିତ୍ସାଳୟରେ ଡ୍ରାଏରନ୍ ଅନୁଷ୍ଠିତ – ପଦ୍ମପୁର 

 ଓଡ଼ିଶା ତାଜା ନ୍ୟୁଜ ( ୮ ଜାନୁଆରୀ ଶୁକ୍ରବାର) ପଦ୍ମପୁର :- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟର MCH ବିଡିଂ ପରିସର ମଧ୍ୟରେ କୋଭିଡ ଟିକାକରଣ ପାଇଁ ଡ୍ରାଏରନ୍ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଛି । ଏହି ଡ୍ରାଏରନ୍ ରେ ୧୫ ଜଣ ବ୍ଯକ୍ତି ଅଂଶଗ୍ରହଣ କରିଥିଲେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ନିୟମାବଳୀ ଅନୁଯାୟୀ ପ୍ରବେଶ ଦ୍ବାରରେ ଥର୍ମାଲ ସ୍ମାନିଂ,ହାତ ସାନିଟାଇଜ ସହିତ ପରିଚୟ ପତ୍ର ଯାଞ୍ଚ କରି ରେଜିଷ୍ଟଭୁକ୍ତ ମୋବାଇଲ୍ ରେ ଡ୍ରାଏରନ ସମ୍ବନ୍ଧୀୟ ବାର୍ତ୍ତାକୁ ନିରୀକ୍ଷଣ କରାଯାଇ ବିଶ୍ରାମ ଗୃହକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।

ଡ୍ରାଏରନ ପାଇଁ ବିଶ୍ରାମଗୃହ,ଟୀକାକରଣ ଗୃହ,ନୀରକ୍ଷଣ ଗୃହ ପ୍ରଭୃତି ପୂର୍ବରୁ ପ୍ରସ୍ତୁତ କରାଯାଇ ଆବଶ୍ୟକୀୟ କର୍ମଚାରୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପ୍ରଥମେ ଉପଖଣ୍ତ ଚିକିତ୍ସାଧିକାରୀ ଡଃ ତହସିଲ ସାହୁ ଡ୍ରାଏରନ ଟୀକା କରଣ ରେ ଭାଗ ନେଇ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜମଲା ପିଏଚସି ର ଡା ତ୍ଯାଗରାଜ ସିଂ ଙ୍କ ସମେତ ଅନ୍ୟାନ୍ୟ ଚିକିତ୍ସାଧିକାରୀ ଏବଂ ଚିକିତ୍ସାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version