ମୋହନା : ବହୁ ବାଦ ବିବାଦରେ ଛନ୍ଦି ହୋଇପଡିଥିବା ଏମ୍ କେ ସି ଜି ଦୃଷ୍ଟିହୀନ, ବଧିର ବିଦ୍ୟାଳୟ ବ୍ରହ୍ମପୁର ସାଂସଦ ଙ୍କ ପରିଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୮ ଜାନୁଆରୀ ଶୁକ୍ରବାର )ପାରଳାଖେମୁଣ୍ଡି :- ବହୁ ବାଦ ବିବାଦରେ ଛନ୍ଦି ହୋଇପଡିଥିବା ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀ, ବଧିର, ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ କୁ ପରିଶେଷରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଗ୍ରସ୍ତ କରି ବିଦ୍ୟାଳୟ ଓ ପରିସର ବୁଲି ଦେଖିଥିଲେ ।

ସାଂସଦ ଶ୍ରୀ ସାହୁ’ଙ୍କ ଏହି ପରିଦର୍ଶନ ସମୟ’ରେ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ ନାୟକ, ମୋହନା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଉତ୍ସଗୀତା ବଡରଇତ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ବିଦ୍ୟାଳୟ ପରିଦର୍ଶନ କରି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ’ଙ୍କ ଏହି ଗ୍ରସ୍ତ ଓ ପରିଦର୍ଶନ ସମୟ’ରେ ବିଦ୍ୟାଳୟ ସଂପାଦକ ଶ୍ରୀ ଦଣ୍ଡାସି ସାହୁ’ଙ୍କ ସମେତ ବିଦ୍ୟାଳୟ’ର ସମସ୍ତ ପରିଚାଳନା କମିଟି ବୃନ୍ଦ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ। । ଏହି ଅବସର’ରେ ବ୍ରହ୍ମପୁର ସାଂସଦଶ୍ରୀ ସାହୁ ଙ୍କୁ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅତିରିକ୍ତ ଶ୍ରେଣୀ ଗୃହ ଓ ପ୍ରାଚେରୀ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version