ମାହାଙ୍ଗା ଡବଲ ମର୍ଡର ଘଟଣା, ଶୋକସନ୍ତପ୍ତ ପରିବାରକୁ ଭେଟିଲେ ରାଜ୍ୟ ବିଜେପି ପ୍ରଵାରୀ ଡି ପୂରେନ୍ଦଶ୍ୱରୀ ,

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଭୁବନେଶ୍ଵର  :- ମାହାଙ୍ଗା ରେ ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ଘଟଣା ରେ ଆଜି ମାହାଙ୍ଗା ନୃତାଙ୍ଗ ରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ କୁଳମଣି ବରାଳ ଦିବ୍ୟସିଂ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହ ଏକ ପ୍ରେସ ମିଟ ଜରିଆ ରେ ରାଜ୍ୟ ସରକାର କୁ ଟାର୍ଗେଟ କରିଛନ୍ତି । ନୃତାଙ୍ଗ ଗ୍ରାମରେ ବର୍ଷକ ତଳେ ବିଜେପି କର୍ମୀ ବିକାଶ ଜେନା ଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ ବିଜେପି ନେତା କୁଳମଣି ଓ ଦିବ୍ୟସିଂହ ଙ୍କୁ ହତ୍ୟା କରାଗଲା। ପ୍ରଧାନ ମନ୍ତ୍ରୀ ଆବାସ ଦୁର୍ନୀତି ବିରୁଦ୍ଧରେ ଶ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ହତ୍ୟା କରାଗଲା। 13 ଜଣକ ନାମରେ ମାମଲା ହୋଇଥିବା ବେଳେ ତାଙ୍କୁ କାହିଁକି ସମସ୍ତଙ୍କୁ ପୋଲିସ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଡି ପୁରେନ୍ଦଶ୍ୱରୀ। ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଧ୍ୟାନ ଦେଇ କୁଳମଣି ପରିବାରକୁ ନ୍ୟାୟ ଦିଅନ୍ତୁ ବୋଲି ଦାବୀ କରିଛନ୍ତି, ନଚେତ୍ ଓଡ଼ିଶା ଲୋକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରୁ ବିଶ୍ୱାସ ଉଠିଜିବ ।

ବିଜେପି ନେତା କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳ ଙ୍କ ପରିବାର ସହ ଦଳ ରହିଛି ସର୍ବଦା ରହିବ । ନ୍ୟାୟ ନ ମିଳିବା ଯାଏ ଦଳ ଏହିପରି ଆନ୍ଦୋଳନ ଜାରି ରଖିବ ବୋଲି ପୁରନ୍ଦେଶ୍ୱରି ଗଣମାଧ୍ୟମ କୁ କହିଛନ୍ତି, ଏହା ସହ ବିଜେପି ନେତା ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର କଟକ ଜିଲ୍ଲା ପୋଲିସ ର ସ୍ବଚ୍ଛତା ଊପରେ ପ୍ରଶ୍ନ ଉଠାଇ ଉପକୂଳ ଜିଲ୍ଲାରେ ପୋଲିସ ରାଜନୀତି ଚାପରେ କାମକରୁଛି ବୋଲି କହିଥିଲେ, ଏଥିରେ ଉପସ୍ଥିତ ସାମ୍ବାଦିକମାନେ ଅପଣଂକ ସମୟରେ ପୋଲିସ ଏହିଭଳି ରାଜନୀତି ଚାପରେ କାମ କରୁଥିଲା କି ପ୍ରଶ୍ନ କରିବାରୁ ସେ ଏହାକୁ ଏଡାଇ ଦେଇ ସ୍ଥାନ ଛାଡି ପଳାଇଥିଲେ, ଦଳିତ ପରିବାରକୁ ଆକ୍ରମଣ କରାଯାଉଥିବା ବେଳେ ଦଳ କି ପଦକ୍ଷେପ ନେଉଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ମଧ୍ୟ ଏଠାରେ ଏଡାଇ ଦିଆଯାଇଥିଲା, ଯିଏ ଯାହା ନାମରେ ଯୋଉ ପରିସ୍ଥିତିରେ ଏତେଲା କଲା ତାକୁ ପୋଲିସ ବିନା ତଦନ୍ତରେ ଗିରଫ କରୁ ନୀତିରେ ବିଜେପି ଯୁକ୍ତି ବାଢି ଚର୍ଚ୍ଚା ର ପରିଧିକୁ ଆସିଛି, ଯଦି ଓଡିଶା ମନ୍ତ୍ରୀଙ୍କ ନାମରେ ଯିଏ ଅଭିଯୋଗ କଲା ତାଙ୍କୁ ବରଖାସ୍ତ କର ଗିରଫ କର ବୋଲି ବିଜେପି ହାସ୍ୟାସ୍ପଦ ପ୍ରତିକ୍ରିୟା ବୋଲି ଆଲୋଚନା ହେଉଛି, ବିଜେପି ର ସରକାରଙ୍କୁ ଏହି ଆକ୍ଷେପ ମନବୃତି ରାଜନୈତିକ ଉଦେଶ୍ୟ ପ୍ରଣୋଦିତ କରୁଛି,

]

ଏହି ନୀତି ବିଜେପି ପାଇଁ ଲାଗୁହେବନି କରନା ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ପାପ ହେବନି, ତେଣୁ ବିଜେପି ନେତା ମାନେ ପ୍ରତିଦିନ ସାରାଦେଶରେ କୋଉଠିନା କୋଉଠି ଜଘନ୍ୟ ଅପରାଧ କାର୍ଯ୍ୟ କରୁଥିଲେବି ଏହା ତାଙ୍କୁ ଦେଖାଯାଏ ନାଇଁ,କାରଣ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଯିଏ ମହାଦୁର୍ନୀତି କରି ଭିଜିଲାନ୍ସ ତଦନ୍ତରେ ପଡି ପୋଲିସ ବିଭାଗରୁ ତଡା ଖାଇ ଯାଇଥିଲେ ଏଭଳି ଲୋକଙ୍କୁ ବିଜେପି ନିଜ ଦଳରେ ସ୍ଥାନ ଦେଇ ପ୍ରେସ ମିଟ କରିବା ତାହା ବିଜେପି ଦଳର ସ୍ୱଚ୍ଛତା ପ୍ରତି ମହା ପ୍ରଶ୍ନ ଉଠାଇଛି, ଆଜିର ଏହି ମାହାଙ୍ଗା ଗ୍ରସ୍ତ ରେ ରାଜ୍ୟ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂଦେଓ,ଭୃଗୁ ବକ୍ସିପାତ୍ର, ଜିଲ୍ଲା ସଭାପତି ପ୍ରକାଶ ବେହେରା କୁଳମଣି ବରାଳ ଙ୍କ ଘରେ ପହଂଚି ଶୋକ ସନ୍ତପ୍ତ ପରିବାର କୁ ଶାନ୍ତ୍ବନା ଦେଇଥିଲେ।ଅପରପକ୍ଷରେ ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ଚୌଦ୍ୱାରରୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲେ ମୂଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ର ଭାଇ ଚୈତନ୍ୟ ସେଠି, ପଞ୍ଚାନନ ର ବୟାନ୍ କୁ ଭିତ୍ତି କରି ଚୈତନ୍ୟ କୁ ଗିରଫ କରାଯାଇଥିବା ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି  । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସହ 6 ଜଣକୁ ଗିରଫ କଳାଗଲାଣି, 4ତାରିଖ ଦିନ ପଞ୍ଚାନନ, ଲଳିତ ମୋହନ, କ୍ଷିତୀଶ, ଓ ଅରବିନ୍ଦ କୁ ଗିରଫ କରିଥିବାବେଳେ 5ତାରିଖ ଦିନ କୈଳାଶ ଖଟୁଆ ଓ 6ତାରିଖ ରାତିରେ ଚୈତନ୍ୟ କୁ ପୋଲିସ ଗିରଫ କରିଛି,ଚଢ଼ାଉ ଜାରି ରହିବା ସହ ଘଟଣାରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି

Exit mobile version