ଟାଟା ପାୱାର ପକ୍ଷରୁ ୨୦୨୧ ଜାନୁଆରୀ ୧ ଠାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣର ଅଧିଗ୍ରହଣ

 ଟାଟା ପାୱାରର ୫୧% ସହ ଓଡ଼ିଶା ସରକାରଙ୍କ ପାଖରେ ରହିବ ୪୯% ଇକ୍ୱିଟି

 ୱେସ୍‌କୋ ଓ ସାଉଥ୍‌କୋର ସମସ୍ତ କର୍ମଚାରୀଙ୍କୁ ରଖିବ; ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଏକ ସଫଳ ପିପିପି ମଡେଲ୍ ସୃଷ୍ଟି କରିବା ଲକ୍ଷ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର )ଭୁବନେଶ୍ୱର :-ଭାରତର ସର୍ବବୃହତ ବିଦ୍ୟୁତ ଶକ୍ତି କ୍ଷେତ୍ରର ୟୁଟିଲିଟି ସଂସ୍ଥା ଟାଟା ପାୱାର୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିକ୍ରି ପ୍ରକ୍ରିୟା ଶେଷ ହେବା ସହିତ ଏହା ୱେସ୍‌କୋ ଓ ସାଉଥ୍‌କୋର କର୍ତୃପକ୍ଷ ଓ ପରିଚାଳନାକୁ ଅଧିଗ୍ରହଣ କରିଛି । ଏବେ ୱେସ୍‌କୋ ଓ ସାଉଥ୍‌କୋ ଯଥାକ୍ରମେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ଓ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) କଂପାନି ନାମରେ ପରିଚାଳିତ ହେବ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ନିର୍ଦେଶାନୁସାରେ କଂପାନିରେ ଟାଟା ପାୱାରର ୫୧% ଇକ୍ୱିଟି ସହିତ ପରିଚାଳନା ନିୟନ୍ତ୍ରଣ ରହିବ ଏବଂ ରାଜ୍ୟ ସରକାରଙ୍କ ମାଲିକାନାଧୀନ ଗ୍ରିଡ୍‌କୋ ପାଖରେ ବଳକା ୪୯% ଇକ୍ୱିଟି ଅଂଶଧନ ରହିବ । ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ଏବେ ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର ଓ ବରଗଡ଼ ଭଳି ପାଂଚଟି ସର୍କଲ୍‌କୁ ନେଇ ଥିବା ୱେସ୍‌କୋ ଅଂଚଳର ବାର୍ଷିକ ୭୫୨୦ ଏମ୍‌ୟୁ ବିଦ୍ୟୁ୍‌ତ ଇନ୍‌ପୁଟ୍ ସହିତ ୨

ନିୟୁତ ଗ୍ରାହକ ଏବଂ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ଗଂଜାମ ସହର, ବ୍ରହ୍ମପୁର, ଆସ୍କା, ଭଂଜଗନର, ଜୟପୁର ଓ ରାୟଗଡ଼ା ଭଳି ୬ଟି ସର୍କଲ୍‌କୁ ନେଇଥିବା ୱେସ୍‌କୋ ଅଂଚଳର ୨.୩ ନିୟୁତ ଗ୍ରାହକଙ୍କ ବାର୍ଷିକ ୩୪୭୦ ଏମ୍‌ୟୁ ବିଦ୍ୟୁତ ଇନପୁଟର ବିତରଣ ଏବଂ ଖୁୁଚୁରା ଯୋଗାଣ ଦାୟିତ୍ୱରେ ରହିବେ । ଏହି ଅଧିଗ୍ରହଣ ସହିତ କଂପାନିର ବିତରଣ ସର୍କଲ୍ ଓଡ଼ିଶାର ପଶ୍ଚିମାଚଂଳ (ଡିପିଡବ୍ଲୁଓଡିଏଲ୍‌) ଓ ଦକ୍ଷିଣାଚଂଳ (ଟିପିଏସ୍‌ଓଡିଏଲ୍‌) ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି ଯାହା ଅଧୀନରେ ୪୭,୦୦୦ କିଲୋମିଟରରୁ ଅଧିକ ଅଂଚଳ ଲେଖାଏଁ ଭୌଗୋଳିକ ଅଂଚଳ ରହିଛି । ଏହା ୧୦୦,୦୦୦ରୁ ଅଧିକ ସିକେଟି କିମିର ନେଟ୍‌ୱର୍କକୁ ୨୫ ବର୍ଷ ଅବଧିର ଲାଇସେନ୍ସ ହିସାବରେ ପରିଚାଳନା କରିବ ।

ଦୁଇଟି ଅତିରିକ୍ତ ବିତରଣ ୟୁଟିଲିଟି ସାମିଲ ହେବା ପରେ ଟାଟା ପାୱାରର ଗ୍ରାହକ ସଂଖ୍ୟା ମୁମ୍ବାଇ, ନୂଆଦିଲ୍ଲୀ, କେନ୍ଦ୍ର ଓଡ଼ିଶା ଓ ଆଜମିର ଆଦିରେ ମିଶାଇ ୫.୨ ନିୟୁତରୁ ବୃଦ୍ଧି ପାଇ ୯.୫ ନିୟୁତ ହୋଇଛି । ଏହି ଅବସରରେ ଟାଟା ପାୱାରର ସିଇଓ ଓ ଏମ୍‌ଡି ଶ୍ରୀଯୁକ୍ତ ପ୍ରବୀର ସିହ୍ନା କହିଛନ୍ତି ଯେ, “ଓଡ଼ିଶା ରାଜ୍ୟରେ ନୂଆ ବର୍ଷରୁୂ ଆମେ ୱେସ୍‌କୋ ଓ ସାଉଥ୍‌କୋରେ ଆମର କାରବାର ଆରମ୍ଭ କରୁଥିବାରୁ ଏହା ଆମ ପାଇଁ ଗର୍ବର ମୁହୂର୍ତ । ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସହିତ ଉତ୍କୃଷ୍ଟ ଗ୍ରାହକ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଆମକୁ ଏହି ସୁଯୋଗ ଦେଇଥିବାରୁ ଏବଂ ଓଡ଼ିଶାର ଲୋକମାନଙ୍କୁ ଜୀବନକୁ ଉଜ୍ୱଳ କରିବା ଲାଗି ଟାଟା ପାୱାରର ପ୍ରତିବଦ୍ଧତାକୁ ଦୋହରାଇଥିବାରୁ ଆମେ ଓଡ଼ିଶା ସରକାର ଓ ଓଇଆର୍‌ସିଙ୍କ ପ୍ରତି କୃତଜ୍ଞ ।’’

Exit mobile version