ଯୋଗେନ୍ଦ୍ରନାଥପୁର ଘଟଣାରେ : ୧୦ ତାରିଖ ଦିନ ବିଜେପିର ଥାନା ଘେରାଉ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର )ପଦ୍ମପୁର :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଭୁବନେଶ୍ବରପୁର ଅନ୍ତର୍ଗତ ଯୋଗେନ୍ଦ୍ରନାଥ ପୁର ରାଜେନ୍ଦ୍ର ପାଣ୍ତେଙ୍କ ଚତୁର୍ଥ ଶ୍ରେଣୀରେ ପଡୁଥିବା ୯ବର୍ଷର ଜଣେ ନାବାଳିକା ଝିଅର ଶବ କ୍ଷତାକ୍ତ ଅବସ୍ଥାରେ ଘର ପାଖ ଜଙ୍ଗଲ ରୁ ଗତ ୪ ତାରିଖ ଦିନ ଉଦ୍ଧାର ହେବାର ୩ ଦିନ ବିତିଯାଇଥିଲେ ମଧ୍ୟ ହତ୍ଯାକାରୀ  ମାନଙ୍କୁ ଚିହ୍ନଟ କରିବାରେ ପୋଲିସ ସଫଳ ହେଉ ନଥିବାରୁ ତାର ପ୍ରତିବାଦରେ ଆସନ୍ତା ୧୦ ତାରିଖ ରବିବାର ଦିନ ପାଇକମାଲ ଥାନା ଘେରାଉ କରାଯିବ ବୋଲି ଭାରତୀୟ ଜନତା ପାର୍ଟିର ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ ଥାନାକୁ ଲିଖିତ ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଯୋଗେନ୍ଦ୍ରନାଥପୁର ଗ୍ରାମର ଶ୍ରୀ ରାଜେନ୍ଦ୍ର ପାଣ୍ତେ ତାଙ୍କ ଘର ଠୁ ୧ କି:ମି: ଦୂରରେ ଘର ନିର୍ମାଣ ପାଇଁ ଇଟା ପଡୁଥିଲେ । ସେଠାରେ ଇଟାଗଡା କାର୍ଯ୍ୟରେ ସପରିବାର ନିୟୋଜିତ ହୋଇ ସନ୍ଧ୍ୟାରେ ଘରକୁ ଫେରନ୍ତି । ଗତ ତା ୩,୧୦ ରିଖ ଦିନ ରାଜେନ୍ଦ୍ର ପାଣ୍ତେ ତାଙ୍କ ୯ବର୍ଷର ଝିଅ ଓ ୫ବର୍ଷର ପୁଅକୁ ଅପରାହ୍ନ ୨ଘଣ୍ଟାରେ ଘରକୁ ପଠାଇ ଥିଲେ ।

ସନ୍ଧ୍ୟାରେ ପରିବାର ଲୋକେ ଘରକୁ ଫେରି ଝିଅକୁ ଘରେ ନ ପାଇବାରୁ ପାଖ ପଡୋଶୀ,ଗାଁରେ ଖୋଜାଖୋଜି ଝିଅର ସନ୍ଧାନ ପାଇଲେ ନାହିଁ । ରାତିରେ ଗାଁରେ ସଭା କରି ଗାଁର ପାଖାପାଖି ୧ ଶହ ଜଣ ଲୋକ ସକାଳୁ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରୁଥିବା ବେଳେ ରାଜେନ୍ଦ୍ର ପାଣ୍ତେଙ୍କ ଘର ଠାରୁ ପ୍ରାୟ ୫ଶହ ମିଟର ଦୂରରେ ଜଙ୍ଗଲ ଭିତରୁ ରକ୍ତାକ୍ତ ଅବସ୍ଥାରେ ଝିଅର ଶବକୁ ଗ୍ରାମବାସୀ ମାନେ ଦେଖି ପୋଲିସ କୁ ଖବର ଦେଇଥିଲେ । ବରଗଡ଼ ଏସପି ଅନୁ ସନ୍ଧାନ କୁକୁର ସହ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଝିଅ ର ହତ୍ଯାକାରୀ ମାନଙ୍କର ସନ୍ଧାନ ମିଳି ନାହିଁ । ଏହା ଏକ ସୁଚିନ୍ତିତ ହତ୍ୟା ଘଟଣା ବୋଲି ଚର୍ଚ୍ଚା ଚାଲିଛି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ସର୍ବଶ୍ରୀ ପାଇକମାଲ ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀ,ଇନ୍ଦ୍ରଜିତ ଭୋଇ,ଶୁକଦେବ ପ୍ରଧାନ ,ଫକୀର ଭୋଇ,ଗୋରେଖ ସେଠ,ପର୍ଶୁ ନାୟକ,ସୁନ୍ଦରମଣି ଭୋଇ,ଲ୍ଯାଖପତି ତାଣ୍ତି,ପଙ୍କଜ ସାହୁ,ହିରାଲାଲ ପଟେଲ,ସତ୍ଯନାରାୟଣ ବେହେରା ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଗାଁକୁ ଯାଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ । ପୋଲିସର ନିଷ୍ଣିୟ ପ୍ରତିବାଦରେ ଆସନ୍ତା ୧୦ ତାରିଖ ଦିନ ଥାନା ଘେରାଉ କରିବା ପାଇଁ ନିଷ୍ପତ୍ତି ପ୍ରସ୍ତାବ ନିଆଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version