ଗୁଣୁପୁର ଠାରେ ପୂର୍ବତନ ପି ଡି ଡି ଆର ଡି ଏ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର )ପାରଳାଖେମୁଣ୍ଡି :-  ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ସ୍ତାନୀୟ ପ୍ରଶାସନ ତରଫରୁ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ସଭାଗୃହରେ ରାୟଗଡ଼ା ଜିଲ୍ଲା ପୂର୍ବତନ ପି.ଡି.ଡି.ଆର.ଡି.ଏ, ବର୍ତ୍ତମାନ ର କେନ୍ଦ୍ରପଡ଼ା ଜିଲ୍ଲାପାଳ ତଥା ଗୁଣପୁର ର ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ଅମ୍ରିତ ରୂତୁରାଜ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଣପୁର ଆଇ.ଟି.ଡି.ଏ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ, ମୁନିସିପାଲିଟି ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ, ଗୁଣପୁର ନବ ନିର୍ମାଣ ସମିତି ର ଉପ ସଭାପତି ଶ୍ରୀ ଉମା ଶଙ୍କର ଦାଶ, ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ପାଢ଼ୀ, ସମସ୍ତ ପ୍ରଶାସନିକ କର୍ମକର୍ତ୍ତା ଏବଂ ସାମ୍ବାଦିକ ଙ୍କ ସମେତ ଗୁଣପୁର ର ସମସ୍ତ ବୁଦ୍ଧିଜୀବୀ ଯୋଗଦେଇ ଥିଲେ l ପି.ଡି.ଡି.ଆର.ଡି.ଏ ଶ୍ରୀ ରୂତୁରାଜ (ଭା.ପ୍ର.ସେ) ଙ୍କ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇଥିବାରୁ ସେ ଆଜି ଜିଲ୍ଲାରୁ ବିଦାୟ ନେଇଛନ୍ତି l ବିଦାୟ ଭାଷଣରେ ଦୀର୍ଘ ତିନିବର୍ଷ ର କାର୍ଯକାଳ ଭିତରେ ସମସ୍ତ ଅଧିକାରୀ , ଜନସାଧାରଣ ଠାରୁ ସ୍ନେହ ସହଯୋଗ ପାଇଥିବାରୁ ତାଙ୍କରି ସମସ୍ତ୍ କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ରୁତୁ ରାଜ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ସଭାରେ ମତବ୍ୟକ୍ତ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଗୁଣପୁର ନୂତନ ବସଷ୍ଟାଣ୍ଡ ସମ୍ମୁଖ ରେ ଗେଟ୍ ନିର୍ମାଣ ଓ ଗୁଣପୁର ଠାରେ ଏକ ତ୍ରି.ଡି ପାର୍କ ନିର୍ମାଣ କରିବାନେଇ ତାଙ୍କରି ଯେଉଁ ଅଭିଳାଷ ଥିଲା ଏହାର କାର୍ଯ୍ୟକାରୀ ନିମନ୍ତେ ତାଙ୍କରି ବିଦାୟ ନେବା ପୂର୍ବରୁ ଏହାକୁ ମଧ୍ଯ କାର୍ଯ୍ୟ ଆରମ୍ଭ କରିଥିବା ସୁଚନା ଦେଇଥିଲେ । ମୋ ଜୀବନ କାଳ ପର୍ଯ୍ୟନ୍ତ ଏହି ଜିଲ୍ଲା ଓ ଖାସ କରି ଗୁଣପୁର ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ଋତୁରାଜ ପ୍ରକାଶ କରିଥିଲେ । ସେହିପରି ଉପ ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ ଓ ବୁଦ୍ଧିଜୀବୀ ବୃନ୍ଦ ପି.ଡି.ଡ଼ି.ଆର.ଡ଼ି.ଏ ଶ୍ରୀ ରୂତୁରାଜ ଙ୍କ କାର୍ଯଶୈଳୀ ଓ଼ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରି ଆଗାମୀ ଦିନରେ ଶ୍ରୀ ରୁତୁ ରାଜ ଙ୍କ ଭବିଷ୍ୟତର ଉଜ୍ଜଳ କାମନା କରିଥିଲେ । ଶ୍ରୀ ରୁତୁରାଜ ଙ୍କ ପଦୋନ୍ନତିରେ ଗୁଣପୁର ବାସୀ ଯେତେ ଖୁସୀ ଅଛନ୍ତି ତାଠାରୁ ଏହି ଜିଲ୍ଳାରୁ ତାଙ୍କରି ବିଦାୟ ସେତିକି ମର୍ମାହତ କରିଛି ଏବଂ ଜିଲ୍ଲା ଜଣେ ସଚ୍ଚୋଟ କର୍ମଠ ଅଧିକାରୀ ଙ୍କୁ ହରାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version