ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ରାୟଗଡ :- ଗଜପତି ରାୟଗଡ ବ୍ଳକ ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ଲବାରସିଂ ଗ୍ରାମ ଦଶମ ଶ୍ରେଣୀ ଛାତ୍ରୀ ସସ୍ମିତା କାର୍ଯୀ ଲବାରସିଂ ବାସିନ୍ଦା ଅନେଶି କାର୍ଯୀଙ୍କ ଦ୍ୱିତୀୟ ଝିଅ ସସ୍ମିତା କାର୍ଯୀ । ସସ୍ମିତା ନବମ ଓ ଦଶମ ଶ୍ରେଣୀ କରଡାସିଂ ହାଇସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ । ଦଶମ ଶ୍ରେଣୀ ପରୀକ୍ଷା ମଧ୍ୟ ଦେଇଥିଲେ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ସକାଶେ ସେ ରାୟଗଡ ସ୍ଥିତ ହାଇସ୍କୁଲ ଠାରେ ପରୀକ୍ଷା ଦେଇଥିଲେ । ସେତେବେଳେ ତାଙ୍କୁ ମିଳିଥିବା ପରୀକ୍ଷା ପରିଚୟ ପତ୍ରରେ ତୃଟି ଯୋଗୁଁ ସେ ସ୍କୁଲରେ ଜଣାଇଥିଲେ । ସ୍କୁଲ କର୍ତୃପକ୍ଷ ଭୁଲ ହୋଇଥିବା ଜାଣି ପରିଚୟ ପତ୍ରରେ ତାଙ୍କ ଫଟୋ, ବାପାଙ୍କ ନାମ, ମାଆଙ୍କ ନାମ ଓ ଜନ୍ମ ତାରିଖକୁ ବଦଳାଇ ପରୀକ୍ଷା ଦେବା କେନ୍ଦ୍ରକୁ ଜଣାଇଥିଲେ । ସସ୍ମିତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ପରୀକ୍ଷା ଫଳ ବାହାରିବା ବେଳେ ତାଙ୍କ ସାର୍ଟିଫିକେଟରେ ସାଙ୍ଘାତିକ ଭୁଲ ହୋଇଥିଲା । ଏହା ଦେଖି ସସ୍ମିତା ସ୍କୁଲ୍ ପ୍ରଧାନ ଶିକ୍ଷକଙ୍କୁ ଜଣାଇବାରୁ ସାର୍ଟିଫିକେଟରେ ଭୁଲ ଥିବା ଓ ତାକୁ ସଂଶୋଧନ କରିବା ପାଇଁ କଟକ ବୋର୍ଡ଼କୁ ପଠାଇବାକୁ କହି ସସ୍ମିତାଙ୍କୁ ମିଳିଥିବା ପରିଚୟ ପତ୍ର ନେଇଥିଲେ ।

