ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଉପସ୍ୱାସ୍ଥ୍ୟକେନ୍ଦ୍ର ନାମକୁ ମାତ୍ର ; ବାରଣ୍ଡାରେ ଚିକିତ୍ସା ହେଉଛନ୍ତି ଗର୍ଭବତୀ ମହିଳା 

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଏକ ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ହେତୁ ଏଠାରେ ଅଧିକାଂଶ ଲୋକ ପାହାଡ଼ ପର୍ବତ ଉପରେ ବସ ବାସ କରନ୍ତି । ଏହି ଅଞ୍ଚଳ ମାନଙ୍କରେ ଶିକ୍ଷା , ସ୍ୱାସ୍ଥ୍ୟ , ଗମନା ଗମନ ଭଳି ବ୍ୟବସ୍ଥା ଏମାନଙ୍କ ଲାଗି ଅପହଞ୍ଚ ପାଲଟିଛି । ତେବେ ଏହି ଅଞ୍ଚଳ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅଧିକାଂଶ ଲୋକ ନିରକ୍ଷର । ତେଣୁ ଏହି ଅଞ୍ଚଳରେ ଲୋକେ ଯେପରି ସୁରକ୍ଷିତ ରହିପାରିବେ ବା ଆରୋଗ୍ୟରେ ରହିବେ ସେଥିଲାଗି ସରକାରଙ୍କ ପକ୍ଷରୁ ପ୍ରତେକ ଗ୍ରାମ ମାନଙ୍କରେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି । ହେଲେ ତାହା ଧର୍ମକୁ ଆଖିଠାର ଦେଲାଭଳି ମନେହେଉଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ପାଣିଗଣ୍ଡା ପଞ୍ଚାୟତରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ।

ଉକ୍ତ କେନ୍ଦ୍ର ଉଧଘାଟନ ହୋଇ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ରୋଗୀଙ୍କ କାମରେ ଆସୁନି ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଗୃହ  । ତେବେ ରୋଗୀ ହୁଅନ୍ତୁ ଅବା ଗର୍ଭବତୀ ମହିଳା ମାନଙ୍କୁ ଟୀକା ବା କୋଣସି ବି ଜରୁରୀ କାଳୀନ ଚିକିତ୍ସା କରିବାକୁ ହେଲେ ରାସ୍ତା କଡ ବାରଣ୍ଡାରେ ଚିକିତ୍ସା କରୁଛନ୍ତି ଏନମ ।ଅନ୍ୟ ପଟେ ରୋଗ ସମ୍ବଦ୍ଧିୟ ସୂଚନା ନେଇ କୋଣସି ବୈଠକ ଆଶାଦିଦିମାନଙ୍କ ସହ କରାଗଲେ ଉକ୍ତ ରାସ୍ତା କଡରେ ଥିବା ବାରଣ୍ଡାରେ କରିବାକୁ ପଡୁଛି ବୋଲି ଅଙ୍ଗନବାଡି କର୍ମି ସୂଚନା ଦେଇଛନ୍ତି । ଉକ୍ତ ଅବ୍ୟବସ୍ଥା କୁ ନେଇ ବହୁବାର ଉପରିସ୍ଥ ଅଧିକାରୀଙ୍କୁ ବାରମ୍ୱାର ଅଭିଯୋଗ କରିଥିଲେ ସୁଦ୍ଧା କୋଣସି ପଦେକ୍ଷପ ନେଉନଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି l  (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version