ମାହାଙ୍ଗା ରେ ବିଜେପି ର ଖେଳ ଖତମ ; ମୁଖ୍ୟ ଅଭିଯୁକ୍ତ ଦେଲେ ବିସ୍ଫୋରକ ବୟାନ

।। କୁଳମଣି ଙ୍କ ହତ୍ୟାକାଣ୍ଡ କୁ ରାଜନୀତି କରଣ କରି ଲୋକ ଙ୍କୁ ଭ୍ରମିତ କରାଯାଉଛି । ନେତାମାନେ ଏଠି ଦେଶ ଚିନ୍ତା କରୁଛନ୍ତି ନା ଦେଶ କୁ ଖାଇବା ଚିନ୍ତା କରୁଛନ୍ତି । ଲୋକ ମାନଙ୍କର ସମୟ ନଷ୍ଟ କରି ଲୋକଙ୍କୁ ଭୂଆଁ ବୁଲେଇ ଚାଲିଛନ୍ତି ନେତା ! ପୋଲିସ ତଦନ୍ତ ଅନୁସାରେ ଉପଯୁକ୍ତ ଦୋଷୀ କୁ ଧରିବାରେ ସଫଳ ହେଲା ପାନ୍ତୁ ଏଥିରେ ମଧ୍ୟ ରାଜନୀତି ର ଆଇନା ଦେଖାଇ ଲୋକ ଙ୍କୁ ଅନ୍ଧ କରିବାରେ ଲାଗିଛନ୍ତି ଦଳୀୟ ନେତା ।।

ଓଡ଼ିଶା ତାଜା ନ୍ୟୁଜ୍ (୬ ଜାନୁଆରୀ ବୁଧବାର ) ମାହାଙ୍ଗା : – ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠିଙ୍କ ବିସ୍ପୋରକ ବୟାନ ଦେଇଛି କୋର୍ଟ ଚାଲାଣ ବେଳେ, ମତେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି @ପାଗଳ ବରାଳ ଓ ତାଙ୍କର ୨ ପୁଅ କୁନୀଆ @ରମାକାନ୍ତ ଓ ବେଙ୍ଗୁଆ @ରଂଜିତ ମୋତେ ଆମ ଘରେ ପଶି ଲଙ୍ଗଳାକରି ମାଡ ମାରିଲେ ବୋଲି ମୁଁ ତାଙ୍କୁ ମାରିଦେଲି ବୋଲି ଆଜି ଗଣମାଧ୍ୟମ ଆଗରେ କହିଛି, ଏହି ବିସ୍ପୋରକ ବୟାନ ପରେ ରାଜନୈତିକ ହତ୍ୟାକାଣ୍ଡ ଉପରୁ ପରଦା ହଟିଚି, ଗତ 27ତାରିଖ ଘଟଣାର ପରଦାଫାସହୋଇଛି,

ଏହି 27ତାରିଖ ଗଣ୍ଡଗୋଳ ପାଇଁ ରଚା ଯାଇଥିଲା ହତ୍ୟାକାଣ୍ଡ ର ଚକ୍ରାନ୍ତ, @27ତାରିଖ ଦିନ ପାଗଳ ବରାଳଙ୍କ ଦୁଇପୁଅ ପଞ୍ଚାନନ କୁ ଲଙ୍ଗଳା କରି ମାରିଥିବାରୁ ସେ ପ୍ରତି ହିଂସା ପରାୟଣ ହୋଇ ତାର ସହଯୋଗୀ ମାନଙ୍କ ସାହାଯ୍ୟରେ 2ତାରିଖ ସନ୍ଧ୍ୟାରେ ଯୋଜନା ମୁତାବକ ଖରତାଙ୍ଗ ଗ୍ରାମ ନିକଟରେ ଛକି ରହି ପାଗଳ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ଆସୁ ଥିବା ବାଇକ କୁ ଠେଙ୍ଗା ରେ ପିଟିଥିଲେ,ସେମାନେ ପଡିଯିବାପରେ ଖଣ୍ଡାରେ ହାଣି ଉଭୟଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ,

ପୂର୍ବ ଶତ୍ରୁତାକୁ କୁ କେନ୍ଦ୍ର କରି ଯଦି କେହି ବିଜେପି ନେତାଙ୍କୁ ହତ୍ୟା କଲେ ସେଥିପାଇଁ କଣ ମନ୍ତ୍ରୀ ଦାଇ ହେବେ ଆଉ କେଶ ରେ ଛନ୍ଦି ହୋଇ ଇସ୍ତଫା ଦେବେ, ଯଦି ଏହି କେସ ରେ ଇସ୍ତଫା ଦେବେ ତେବେ ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ରେ ଗ୍ୟାସ ଲିକ ରେ ୪ଜଣ ଲେବର ମୃତ୍ୟୁ ବରଣ କରିଥିଲେ ତେବେ କେନ୍ଦ୍ର ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାରି ଜଣ ଲେବର ମୃତ୍ୟୁ ପାଇଁ ଇସ୍ତଫା କାହିଁକି ଦବେନି …? ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ପାଞ୍ଚଜଣ ଅଭିଯୁକ୍ତ କୁ କୋୖର୍ଟ ଚାଲାଣ କରିଛି

Exit mobile version