ରାଜ୍ୟର ଜଣେ ବରିଷ୍ଠ କ୍ରିମିନାଲ ଓକିଲ ; ଏକ ସାକ୍ଷାତକାରରେ SIT ତଦନ୍ତ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର )ନୟାଗଡ଼ :- ରାଜ୍ୟର ଜଣେ ବରିଷ୍ଠ କ୍ରିମିନାଲ ଓକିଲ ଏକ ସାକ୍ଷାତକାରରେ SIT ତଦନ୍ତ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେଇଛନ୍ତି । ଏଭଳି ପ୍ରଶ୍ନ ଅନେକଙ୍କ ମନରେ ବି ଅଛି । ତାଙ୍କର କହିବା କଥା ପରୀ ଘଟଣାରେ ଅଭିଯୁକ୍ତର ପୋଲିସ ହେପାଜତରେ ବୟାନ ଭାରତୀୟ ଏଭିଡ଼େନ୍ସ ଆକ୍ଟର ଧାରା 25 ଅନୁଯାୟୀ କୋର୍ଟରେ ଗ୍ରହଣୀୟ ନୁହେଁ । ଏକଥା ଠିକ । କାରଣ ତଦନ୍ତକାରୀ ଅଫିସର ବିଭିନ୍ନ ସମୟରେ ମାଡ଼ମାରି, ଭୟ, ଲୋଭ ଦେଖେଇ ଅଭିଯୁକ୍ତ ଠାରୁ ଯେଉଁ ବୟାନ ନିଏ ତାହା କୋର୍ଟ ଗ୍ରହଣ କରେନି ।

କିନ୍ତୁ ସେ ଏଭିଡ଼େନ୍ସ ଆକ୍ଟ ର ଧାରା 27 କଥା ଉଲ୍ଲେଖ କଲେନି । ସୁପ୍ରିମକୋର୍ଟ Navneetha khrishan Vs State by Inspector of Police ( Criminal Appeal No 1134/2013) ମୋକଦ୍ଦମା ରେ 2018 ରେ ରାୟ ଦେଇ କହିଛନ୍ତି ଏଭିଡ଼େନ୍ସ ଆକ୍ଟ ର ଧାରା 27 ଅନୁଯାୟୀ ଅଭିଯୁକ୍ତ ପୋଲିସ ହେପାଜତରେ ଯେଉଁ ବୟାନ ଦିଏ ସେଇ ବୟାନ କୁ Lead କରି ଅନ୍ୟ ପ୍ରମାଣ ଯଦି ମିଳେ ତେବେ ତାହାକୁ ଅଭିଯୁକ୍ତ ବିରୁଦ୍ଧରେ କୋର୍ଟ ଗ୍ରହଣ କରିବ ।

ପରୀ କ୍ଷେତ୍ରରେ ଏପର୍ଯ୍ୟନ୍ତ SIT ତିନୋଟି ପ୍ରମାଣ କଥା ଉଲ୍ଲେଖ କରିଛି :-

୧. ପରୀ ର ପୋଷାକ

୨. ଅଭିଯୁକ୍ତର ରକ୍ତ ଚିହ୍ନ ଗାମୁଛା

୩. ପରୀ ଦେହାବଶେଷ ପାଖରେ ପଡିଥିବା ନଡ଼ିଆ ବାହୁଙ୍ଗା ପରୀ ର ଫ୍ରକ୍ ଅଖା ଭିତରୁ        ବାହାରିଥିଲା ,

ତେଣୁ ଏହା ପୂର୍ଵ ପୋଲିସ ତଦନ୍ତ ବେଳେ Seizure list ରେ ଉଲ୍ଲେଖ କରିଥିବ । ଗାମୁଛାର ରକ୍ତ ଦାଗ ଓ ଲେଗିନ ପରୀ ର କି ନୁହେଁ ତାହା ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ଚିହ୍ନଟ ହେଇ ପାରିବ । ଏ ସମ୍ପର୍କରେ ଅନେକ ନଜୀର ରହିଛି । ତୃତୀୟ କଥା ହେଲା ନଡ଼ିଆ ବାହୁଙ୍ଗା ଅଭିଯୁକ୍ତ ଘର ର ନଡ଼ିଆ ବାହୁଙ୍ଗା କି ନୁହେଁ ଏହା ମଧ୍ୟ ପରୀକ୍ଷଣ ହେଇ ପାରିବ । ଏଣୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା କଥିତ ପ୍ରମାଣ ର ସତ୍ୟାସତ୍ୟ ବୈଜ୍ଞାନିକ ପରୀକ୍ଷଣ ଫଳାଫଳ ଉପରେ ନିର୍ଭର କରେ । ପୁନଶ୍ଚ ଚାର୍ଜସିଟ ଦାଖଲ ପରେ Prosecution କିପରି ପ୍ରମାଣ କୁ କୋର୍ଟରେ ଉପସ୍ଥାପନ କରୁଛି ଓ ପ୍ରତିପକ୍ଷ କିପରି ଏହାକୁ ଖଣ୍ଡନ କରୁଛି ତାହା ଉପରେ ଅଭିଯୁକ୍ତ ର ଭବିଷ୍ୟତ ନିର୍ଭର କରିବ ।

 

Exit mobile version