ମହେନ୍ଦ୍ରଗିରି ଶିଖରରେ ମଦ ମାଛ ମାଂସର ଆସର

ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ରାୟଗଡ଼ :- ଗଜପତି ରାୟଗଡ ମହେନ୍ଦ୍ରଗିରି ଏକ ପବିତ୍ର ପୁଣ୍ୟ ଜପତପ କର୍ମ ଭୂମିରୂପେ ପୂରାଣ ବର୍ଣ୍ଣିତ ମହେନ୍ଦଗିରି ନିକଟରେ ମଦ ମାଂସ ଭୋଜି ଭାତ କରିଖାଉଥିବା ଅଭିଯୋଗ ହେଉଛି l ବହୁବର୍ଷ ପରେ କେନ୍ଦ୍ର,ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟିରେ ବୁରୁଖତଠାରୁ ମହେନ୍ଦ୍ରଗିରି ଯାଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧମାରେ ରାସ୍ତାକାମ ଚାଲୁ ରହିଛି l ମହେନ୍ଦ୍ର ଶିଖର କୁ ଦୁଇ ଚାରି ଚକିଆ ଜାନ ବାହାନ ସୁବିଧାରେ ଯାତାୟତ ହୋଇପାରୁଛି ଏହାର ଫାଇଦାନେଇ କିଛି ବିଧର୍ମୀ ଖୋଳ ପ୍ରକୃତ୍ତିର ବ୍ୟକ୍ତି ଏଠାକୁଆଶି ମଦ, ମାଛ,ମାଂସ ଆଣି ଭୋଜିଭାତ କରିଖାଉଥିବା ଦେଖିବାକୁ ମିଳୁଛି l

ଗତ କାଲି ରବିବାର ଦିନ କଇଁପୁରୁ ସରପଞ୍ଚ ଜୈଳାଶଚନ୍ଦ୍ର ଶବର ମହେନ୍ଦ୍ରଗିରି ବୁଲି ବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ସେ ଦେଖିବାକୁ ପାଇଥିଲେ ଯାହାକି ଆଜି ଯାଏ ମହେନ୍ଦ୍ର ଗିରି ପାଦଦେଶରେ କେବେ ଦେଖିବାକୁ ମିଳିନଥିଲା ଏହି ଜାଗାର ମାଟି ଜଳ ବାୟୁ ପବନ ବୃକ୍ଷଲତା ସବୁ ପଞ୍ଚୁପାଣ୍ଡଵ ମାତା କୁନ୍ତୀ ମନ୍ଦିର ବିରାଜମାନ,ଏହି ଭୂମି ଭଗବାନ ପର୍ଶୁରାମଙ୍କ ତପସ୍ୟା ସ୍ଥଳୀଅଟେ ଆଜି ବି ଭଗବାନ ପର୍ଶୁରାମ ମହେନ୍ଦ୍ର ଗିରି ଠାରେ ତପସ୍ୟା ରତ ଦୃଶ୍ୟମାନ ହଉଥିବା ଅନୁଭବ ହେଉଛି ଏଭଳି ପବିତ୍ର ଯାଗାକୁ ଅପବିତ୍ର ନକରାଯିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଅନୁରୋଧ l

 

ଏଣୁ ମହେନ୍ଦ୍ର ଗିରି କୁ ଅଶୁଥିବା ପର୍ୟ୍ଯଟକମାନଂକୁ ସରକାରୀଙ୍କ ପକ୍ଷରୁ ଏଠାରେ ଏପରି ଅଖାଦ୍ୟ ମାନଆଣି ନଖାଇବାକୁ ଵିଜ୍ଞାପନ ମାଧ୍ୟମରେ ସଚ୍ଚତେନତା ଫଳକ ମାନ ଲାଗେଇବା ପାଇଁ ଅଞ୍ଚଳବାସୀ, ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ହେଉଛି l ( ରିପୋର୍ଟ /ସଞ୍ଜୀବ କୁମାର ପାଣି /ରାୟଗଡ ଗଜପତି)

Exit mobile version