ଓଡ଼ିଶା ବିଧାନସଭା : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର କ୍ଷେତ୍ର ପରିଦର୍ଶନ – କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିଶଦ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ଓଡ଼ିଶା ବିଧାନସଭା ପରିସରସ୍ଥ ୫୪ ନଂ ପ୍ରକୋଷ୍ଠରେ ଓଡ଼ିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ୪ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର କ୍ଷେତ୍ର ପରିଦର୍ଶନରେ କମିଟି ୪ ଯେଉଁ ମତାମତ ଦେଇଥିଲେ ତାହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା ।

ଉକ୍ତ ବୈଠକରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ନିତ୍ୟାନନ୍ଦ ସାହୁ, ଦେବେଶ ଆଚାର୍ଯ୍ୟ, ସୀମାରାଣୀ ନାୟକ, ସୁଶାନ୍ତ କୁମାର ବେହେରା, ବିଷ୍ଣୁବ୍ରତ ରାଉତରାୟ, ସୁନନ୍ଦା ଦାସ, ପ୍ରକାଶ ଚନ୍ଦ୍ର ମାଝୀ, ଶଙ୍କର ଓରାମ, ଆଦିତ୍ୟ ମାଢ଼ି, ମୁକେଶ କୁମାର ପାଳଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । (ରିପୋର୍ଟ /ପ୍ରଦୀପ କୁମାର ଗଉଡ)

Exit mobile version