ଛାତ୍ରଛାତ୍ରୀ ନିଜ ଗୋଡ଼ରେ ଠିଆ ହେଲେ ଦେଶର ବିକାଶ ସମ୍ଭବ

ମାହାଙ୍ଗା (ଓଡିଶା ତାଜା ନିଉଜ ) 25/01/20 :- ଆଜିର କୁନିକୁନି ଛାତ୍ରଛାତ୍ରୀ ଆସନ୍ତା କାଲିର ଭବିଷ୍ୟତ, ସେମାନେ ବିଦ୍ୟାଳରେ ଅଧୟନ ସମରେ ନିଜ ଗୋଡ଼ରେ ଠିଆ ହେବାପାଇଁ ପ୍ରଚେଷ୍ଟା ଜାରି ରଖିଲେ ଭବିଷ୍ୟତରେ ଜଣେଜଣେ ଭଲମଣିଷ ହେବାସହ ଦେଶର ବିକାଶ ହୋଇପାରିବ ବୋଲି ମାହାଙ୍ଗା ଗୋପାଳ ପୁର ପଂଚାୟତ ଦୁଲାରପୁର ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧ ୮ତମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଂଚାୟତରାଜ ନଗର ଉନ୍ନୟନ ଆଇନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମତବ୍ୟକ୍ତ କରିଥିଲେ, ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି ସମ୍ପାଦକ ଗଦାଧର ପାଣି ଙ୍କ ପୌରାହିତ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା,

ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ଶରତ ନାୟକ, ସ୍କୁଲ କମିଟି ଅଧକ୍ଷ ଶ୍ରୀଧର ସାହୁ, ଡ଼. ଜଗଦିଶ ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ହରପ୍ରିୟା ପାଣି ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଏହି ଶିକ୍ଷାନୁଷ୍ଠାନ ଉତ୍ତମ ଛାତ୍ରଛାତ୍ରୀ ସୃଷ୍ଟି କରି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି ବୋଲି କହିଥିଲେ, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ସୁଷମା ନାଥ ଶର୍ମା ଉତ୍ସବରେ ମଂଚାସୀନ ଅତିଥି ମାନଙ୍କ ସମ୍ପର୍କରେ ବିବରଣୀ ଦେଉ ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ଅଠର ବର୍ଷ ହେଲା ଗାଁର ପିଲାମାନଙ୍କୁ ମଣିଷ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଚି ବୋଲି କହିଥିଲେ, ଏହି ଅବସରରେ ମନ୍ତ୍ରୀ ଜେନାକୁ ପ୍ରଧାନ ଆଚାର୍ଯ୍ୟ କବିତା ପଣ୍ଡା ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିବାବେଳେ ଦଶମ ଶେଣୀ ଛାତ୍ର ତଫିକ ଖାନ ମନ୍ତ୍ରୀଙ୍କ କାଠରେ ନିର୍ମିତ ଅବିକଳ ପ୍ରତିମୂର୍ତ୍ତି ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ,

ଶିକ୍ଷା କେନ୍ଦ୍ରର ବିଭିନ୍ନ କ୍ଷେତ୍ରରେ ଉଲେଖନିଅ କାର୍ଯ୍ୟ ଓ ଆଧ୍ୟାନରେ କୃତିତ୍ୱ ପାଇଁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଜେନା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ, ବିଦ୍ୟାଳୟ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା, ବିଶିଷ୍ଟ ଅତିଥି ନିଶ୍ଚନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଅଶୋକ ଓଝା, ବିଦ୍ୟାଳୟ ର ଶିକ୍ଷୟତ୍ରୀ ରୂପଶ୍ରୀ ନାଥଶର୍ମା, vice-principal-rupashree Nathasharmasecretar ବନ୍ଦିତା ନାୟକ,

ରାଜଲଷ୍ମୀ ସାମଲ, ସନ୍ଧ୍ୟାରାଣୀ ଭୂୟାଁ, ଅନିତା ମହାରଣା, ଜଗନ ମହାରଣା ,ଚନ୍ଦ୍ର ଶେଖର ଦାସ, କନକ ମଞ୍ଜରୀ ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନା କରିଥିବାବେଳେ ପୂର୍ବତନ ସରପଞ୍ଚ ବିବେକ ପାଣି, ଯୁବନେତା ଅସିତ ସାମଲ, ବିପିନ ସ୍ୱାଇଁ, ପ୍ରହଲ୍ଲାଦ ପଣ୍ଡା, ସୁବାଷ ମହାନ୍ତି, ବିଜୟ ପ୍ରଧାନ, ପ୍ରଫୁଲ୍ଲ ସାହୁ, ଅବଦୁଲ ଗୁଲାମ ଖାନ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ, ଲଷ୍ମୀଧର ଖୁଣ୍ଟିଆଙ୍କ – ରିପୋର୍ଟ

Exit mobile version