ମସିହାଖାଲି ହତ୍ୟା ଘଟଣାରେ ଦୁଇ ନାବାଳକ ସହ ୪ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୬ ଜାନୁଆରୀ ମଙ୍ଗଳବାର ) କୁକୁଡାଖଣ୍ଡି :-  ସଦର ଥାନା ଅନ୍ତର୍ଗତ ମସିହାଖାଲି ହରିଜନ ସାହି ରେ ଡିସେମ୍ବର ୩୧ତାରିଖ ରାତ୍ର ଜିରୋ ନାଇଟ ମଧ୍ଯରାତ୍ରରେ ମଦ୍ୟପାନ କରି ଉକ୍ତ ଗ୍ରାମର ମିସ୍ତ୍ରୀକାମ କରୁଥିବା କୈଳାଶ ଦାସ ନାମ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମ ର କିଛି ବ୍ୟକ୍ତି ତାଙ୍କୁ ଜିରୋନାଇଟ କରିବା ବାହାନାରେ ଡାକିନେଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଘଟଣାରେ ସଦରପୋଲିସ ଦୁଇନାବାଳକ ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ମାନେ ପୂର୍ବ ଶତ୍ରୃତାରୁ କୈଳାଶ କୁ ହତ୍ୟା କରିଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି l 

ସେମାନଙ୍କୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି ସେଥିରେ ଦୁଇ ନାବାଳକ ସମ୍ପୃକ୍ତ ଥିବା ରୁ ସେମାନଙ୍କୁ ବ୍ରହ୍ମପୁର ସୁଧାର ଗୃହ କୁ ପଠାଇଥିବା ବେଳେ ଅନ୍ୟ 4 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନାହାକ ଦାସ, ବିଦ୍ୟାଧର ଦାସ,ଶିବଦାସ,କୁଣ୍ଠ ଦାସ ସେମାନଙ୍କୁ ବ୍ରହ୍ମପୁର କୋର୍ଟ କୁ ପଠାଇଥିବା ଥାନା ଅଧିକାରୀ ସନ୍ତୋଷୀନି ସୂଚନା ଦେଇଛନ୍ତି । ଘଟଣା ପରେ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଚଲାଇଥିଲା ସନ୍ଦେହରେ ୨ଜଣଙ୍କୁ ଆଣି ପଚରାଉଚୁରା ସମୟରେ ସେମାନେ ନିଜ ଦୋଷ ସ୍ବିକାର କରିବାସହ ଅନ୍ୟ ମାନେ ସଂପୃକ୍ତ ଥିବା କହିଥିଲେ । (ରିପୋର୍ଟ ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version