ଭଦ୍ରକ ଏସ୍‌ପିଙ୍କ ଗାଡିକୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଏସ୍‌ପି ଚରଣ ସିଂ ମିନl

 

ଓଡ଼ିଶା ତାଜା ନ୍ୟୁଜ (୫ ଜାନୁଆରୀ ମଙ୍ଗଳବାର) ଭଣ୍ଡାରିପୋଖରୀ :- ଏସ୍‌ପିଙ୍କ ଗାଡିକୁ ପିଟିଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଏସପି ଚରଣ ସିଂ ମିନା ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ ।

କିନ୍ତୁ ଏହି ସମୟରେ ଏକ ମାଲବାହୀ ଟ୍ରକ ଆସି ଏସ୍‌ପି ଙ୍କ ଗାଡିକୁ ସାଇଡରୁ ଧକ୍କା ଦେଇଥିଲା । ଯାହାଫଳରେ ଏସ୍‌ପିଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । କିନ୍ତୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏସ୍‌ପି ଚରଣ ସିଂହ ମିନା । ତେବେ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଟ୍ରକର ଡ୍ରାଇଭର କୁ ଅଟକ ରଖିବା ସହ ଟ୍ରକକୁ ଥାନାକୁ ଆଣିଛି । ଅନ୍ୟପଟେ ଏସ୍‌ପି ଭଣ୍ଡାରିପୋଖରୀ ଥାନାକୁ ଯାଇ ଅନ୍ୟ ଏକ ଗାଡିରେ ଭଦ୍ରକ ଫେରିଛନ୍ତି । ଦୁର୍ଘଟଣା ରେ ଏସପି ସୁସ୍ଥ ଥିବା ସୂଚନା ମିଳିଛି । (ଦୀପ୍ତିମାନ ପତି, ଭଦ୍ରକ)

Exit mobile version