ନିଆଁ ଲାଗି ଜଳିଗଲା ୭ଭରଣ ଧାନ

ଓଡ଼ିଶା ତାଜା ନ୍ୟୁଜ୍ (୬ ଜାନୁଆରୀ ମଙ୍ଗଳବାର ) ହିଞ୍ଜିଳିକାଟୁ  :-   ରାତି ପ୍ରାୟ ସାଢେ ୧୦ଘଂଟା ସମୟରେ ହିଞ୍ଜିଳି ଥାନା ବାଦିଆମ୍ବ ଗାଁରେ ନିଆଁ ଲାଗି ଧାନଗଦା ସମ୍ପୁର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି । ବାଦିଆମ୍ବ ଗାଁର ଚାଷୀ ସଦାନନ୍ଦ ରାଉତ(୫୭) ନିଜ ୭ ଭରଣ ଚାଷ ଜମିରେ ଅମଳ କରିଥିବା ଧାନକୁ ଗ୍ରାମ କରଣ ଧାନଖଳାରେ ଗଚ୍ଛିତ କରି ରଖିଥିଲେ । ରାତି ପ୍ରାୟ ସାଢେ ୧୦ଟାରେ କେହି ଦୁବୃର୍ତ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ।

ଗ୍ରାମର କିଛି ଲୋକ ଧାନଗଦାରେ ନିଆଁ ଲାଗିଥିବା ଦେଖି ଚାଷଜମି ମାଲିକ ସଦାନନ୍ଦ ଓ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସଂପୃକ୍ତ ଗ୍ରାମବାସୀ ଅନୁରୋଧ କରିଛନ୍ତି । (ହିଞ୍ଜିଳିକାଟୁ / ଶୁସାନ୍ତ ପ୍ରଧାନ ) 

Exit mobile version