Home ଓଡ଼ିଶା କଳାହାଣ୍ଡି ଜିଲ୍ଲାର ପ୍ରଥମ ଲୋକସଭା ସାଂସଦ ସ୍ୱର୍ଗତ ଗିରିଧାରୀ ଭୋଇଙ୍କ ୧୧୯ତମ ଜୟନ୍ତୀ ଉତ୍ସବ । by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୫ ଜାନୁଆରୀ ମଙ୍ଗଳବାର) କଳାହାଣ୍ଡି :- କଳାହାଣ୍ଡିର ବରପୁତ୍ର ପ୍ରଥମ ଲୋକସଭା ସାଂସଦ ସ୍ୱର୍ଗତ ଗିରିଧାରୀ ଭୋଇଙ୍କ ୧୧୯ତମ ଜୟନ୍ତୀ ନିଜ ଜନ୍ମସ୍ଥାନ ନର୍ଲା ବ୍ଳକ ଅନ୍ତର୍ଗତ ଚିଆଁପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ଗିରିଧାରୀ ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବ ସଭାରେ ପ୍ରଫୁଲ୍ଲ କୁମାର ଭୋଇ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ମୁଖ୍ୟ ବକ୍ତା ରୂପେ କନ୍ଧ ସଂସ୍କୃତିର ଗବେଷକ ମେଦିନୀଧର ଜାନୀ, ସମ୍ମାନୀତ ଅତିଥିରେ ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ରୀନା ଭୋଇ,କବି ପଦ୍ମଲୋଚନ ମିଶ୍ର, ଓଡ଼ିଆବାର୍ତା ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ମାଝୀ,ସୁରେଶ ଭୋଇ, ନୀଳମଣି ସାହୁ,ସରିଆଁ ସରପଞ୍ଚ ଜନନୀ ଭୋଇ, ସମିତି ସଭ୍ୟା ନନ୍ଦିନୀ ଭୋଇ, ସମାଜସେବୀ ହିରୋଲାଲ ମହଲା, ଅବସରପ୍ରାପ୍ତ ଉପଜିଲ୍ଲାପାଳ ଜବର ଭୋଇ, ଲୋକକବି ପ୍ରଦୀପ କହଁର, କଳାହାଣ୍ଡି ଡିଷ୍ଟିକ ଆଦିବାସୀ ସଂଘର ଶୁକଦେବ ମାଝୀ,ମ.ରାମପୁର ପୂର୍ବତନ ବ୍ଳକ ଅଧ୍ୟକ୍ଷ ପଦମସିଂ ମାଝୀ,ମ.ରାମପୁର ଆଦିବାସୀ ସମାଜ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ମାଝୀ,କନ୍ଧ ସମାଜର ସଂଗଠକ ଶକ୍ରୀ ମାଝୀ,ଅନ୍ତରାମ ମାଝୀ, ଦିବାକର ବାଗ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସ୍ୱର୍ଗତ ଭୋଇଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ଓ ନିର୍ଭୀକ ରାଜନୈତିକ ନେତୃତ୍ବ ଉପରେ ଆଲୋକପାତ କରିଥିଲେ। ସାଂସଦ ଶ୍ରୀ ଭୋଇ ସ୍ଵାଧୀନ ଭାରତ, କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଲୋକସଭା ସାଂସଦ ରୂପେ ଗଣତନ୍ତ୍ର ପରିଷଦ ଦଳରୁ ୧୯୫୨ ମସିହାରେ ନିର୍ବାଚିତ ହୋଇଥିଲେ।୧୯୦୩ ମସିହା ଜାନୁଆରୀ ୫ ତାରିଖ ଦିନ ପିତା ଝୁରା ଭୋଇ, ମାତା ବାଲମତି ଭୋଇଙ୍କ ପୁତ୍ର ରୁପେ ଗିରିଧାରୀ ଭୋଇ ଚିଆଁପଦର ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିଲେ । ସାଂସଦ ରୂପେ ସେ ଅନେକ ଜନହିତକର ପଦକ୍ଷେପ ଗ୍ରହଣ କରିଛନ୍ତି । ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ରେଳପଥ ନିର୍ମାଣ ପାଇଁ ପ୍ରସ୍ତାବ ଫଳପ୍ରସୂ ହୋଇଥିଲା । କେସିଙ୍ଗା ଓଭରବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ।ନିଜ ଗାଁ ପାଖ କାଣ୍ଡେଲ ଠାରେ ରେଳଷ୍ଟେସନ ପାଇଁ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଜଣାଇଥିଲେ । ଆଦିବାସୀ ମାନଙ୍କ ୧୦ଗୋଟି ଦାବି ସେହି ସମୟରେ ସାଂସଦରେ ଉପସ୍ଥାପନା କରିଥିଲେ ଯାହା କାର୍ଯ୍ୟକାରୀ ହୋଇଥିଲା । ଜୟନ୍ତୀ ପାଳନ ଅବସରରେ ଗିରିଧାରୀ ସ୍କୃତି ସମ୍ମାନ ଆଦିବାସୀ ଗବେଷକ କ୍ଷୀତିଶ ଚନ୍ଦ୍ର ମାଝୀ, ଲୋକ ସଂସ୍କୃତି ଗବେଷକ ତଥା ଓଡ଼ିଆ ବାର୍ତ୍ତାର ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଓ କନ୍ଧ ସଂସ୍କୃତି ଗବେଷକ ତଥା ଭୀମା ପତ୍ରିକାର ପ୍ରତିଷ୍ଠାତା ମେଦିନୀଧର ଜାନୀଙ୍କୁ ପ୍ରଦାନ କରାଯାଇଥିଲା । ଉତ୍ସବରେ ହବିଷ ଭୋଇ, ଯୋଗେନ୍ଦ୍ର ଭୋଇ,ବିମଳ ଭୋଇ ,ତୁଳସୀ ଭୋଇ, ନନ୍ଦିନୀ ଭୋଇ,ଲିଙ୍ଗ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।ମଂଚପରିଚାଳନା ସାହିତ୍ୟ ମନ୍ଦିର ନର୍ଲା, ସଭାପତି କୁଳମଣି ସାହୁ ପ୍ରଦାନ କରିଥିଲେ । (ରିପୋର୍ଟ କଳାହାଣ୍ଡି ବ୍ୟୁରୋ ଚିଫ ପ୍ରଦୀପ କୁମାର ଗଉଡ) Categories: ଓଡ଼ିଶା, କଳାହାଣ୍ଡି, ମନୋରଞ୍ଜନ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026