।। ଚଳିତ ବର୍ଷ କରୋନା ଯୋଗୁଁ ; ରଣପୁର ମହୋତ୍ସଵ ବଦଳ ରେ – ରଣପୁର ଦିବସ ପାଳିତ ।।

ଓଡ଼ିଶା ତାଜା ନ୍ୟୁଜ (୫ ଜାନୁଆରୀ ମଙ୍ଗଳବାର) ରଣପୁର :- ରଣପୁର ର ରଣ ଭୂଇଁ ରେ ରଘୁ ଦିବାକର ଅର୍ଜୁନ ରାଉତ ନିଜକୁ ବଳିଦାନ ଦେଇ ରଣପୁର ମାଟିର ଇତିହାସ ରଚିଥିଲେ । ରଣପୁର ମାଟି ର ଐତିହାସ କୁ ଭବିଷ୍ୟତ ପିଢ଼ିଙ୍କ ମନରେ ଉଜାଗର କରି ରଖିବା ପାଈଁ ପ୍ରତିବର୍ଷ ଜାନୁଆରୀ ୫ ତାରିଖରୁ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ରଣପୁର ମହୋତ୍ସବ ପାଳିତ ହୋଇ ଆସିଥିବା ବେଳେ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା କୁ ପ୍ରାଧାନ୍ୟ ଦେଇ ଜନ ସାଧାରଣଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ରଣପୁର ମହୋତ୍ସବ ପରିବର୍ତ୍ତେ କେବଳ ରଣପୁର ଦିବସ ପାଳିତ ହୋଇ ଯାଇଛି l ପ୍ରଥମେ ଆଜି ଭୋର ୫ ଟାରୁ ଶହୀଦ ରଘୁନାଥ ମହାନ୍ତି, ଦିବାକର ପରିଡା, ଅର୍ଜୁନ ରାଉତଙ୍କ ଉଦ୍ଦେଶ୍ୟରେ ସ୍ଲୋ ଗାନ ଦିଆ ଯାଇ ପ୍ରଭାତ ଫେରି କରାଯାଇଥିଲା l ରଘୁ-ଦିବାକର ଆସୋସିଏସନରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l

ଏହା ପରେ ରଣପୁର ପଞ୍ଚୁଦୋଳ ପଡିଆରେ ଥିବା ଶହୀଦ ରଘୁ ଦିବାକର ମଣ୍ଡପରେ ଥିବା ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ଶହୀଦ ଅର୍ଜୁନ ରାଉତଙ୍କ ନିଜ ଗ୍ରାମ ମୟୁରଝଲିଆରୁ, ଶହୀଦ ଦିବାକର ପରିଡାଙ୍କ ନିଜ ଗ୍ରାମ ଗଡ଼ବାଣିକିଲୋରୁ ଓ ଶହୀଦ ରଘୁନାଥ ମହାନ୍ତିଙ୍କ ନିଜ ଗ୍ରାମ ବାଦଭୂଇଁରୁ ତିନୋଟି ମଶାଲ ଆଣା ଯାଇ ଶହୀଦ ରଘୁ-ଦିବାକର ମଣ୍ଡପରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l ଏହା ପରେ ସେହି ମଶାଲ କୁ ରଘୁ-ଦିବାକର ଆସୋସିଏସନ କୁ ଆଣି ଜ୍ୟୋତି ସ୍ଥାପନ କରାଯାଇଥିଲା l ଏହା ପରେ ମହୋତ୍ସବ ପଡିଆରେ ଏକ ହୋମ କାର୍ଯ୍ୟ କରାଯାଇଥିଲା l ଏହି ଅବସରରେ ରଣପୁରର ଐତିହ୍ୟ ପରମ୍ପରାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏକ କବି ସମ୍ମିଳନୀ କରାଯାଇଥିଲା l

ସୂଚନା ଥାଉ କି ଜାନୁଆରୀ ୫ ତାରିଖରେ ରଣପୁରରେ ଅଞ୍ଚଳବାସୀଙ୍କ ସହ ମିଶି ସ୍ୱାଧୀନତା ସଂଗ୍ରାମୀ ଅର୍ଜୁନ ରାଉତଙ୍କ ବେଜଲଗେଟକୁ ବାଉଁଶ ଠେଙ୍ଗାରେ ବାଡାଇ ମାରି ଦିଆ ଯାଇଥିଲା l ଅପ୍ରେଲ ୪ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ରଘୁ-ଦିବାକରଙ୍କୁ ଫାଶି ଦିଆ ଯାଇଥିଲା l ଏହି ଦିନ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ରଖିବା ଉଦ୍ଦେଶ୍ୟରେ ୧୯୮୪ ମସିହା ଠାରୁ ଜାନୁଆରୀ ୫ ତାରିଖକୁ ରଣପୁର ଦିବସ ଓ ଅପ୍ରେଲ ୪ ତାରିଖକୁ ଫାଶି ଦିବସ ଭାବେ ପାଳନ କରା ଯାଇ ଆସୁଅଛି l କିନ୍ତୁ 2006 ମସିହାରୁ ଏହାକୁ ରଣପୁର ମହୋତ୍ସବ ଭାବେ ପାଳନ କରାଯାଉ ଥିଲା l

ଚଳିତ ବର୍ଷ କରୋକୁ ଆଖି ଆଗରେ ରଖି କେବଳ ରଣପୁର ଦିବସ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସଂଯୋଜକ ଶ୍ରୀ ଦେବାଶିଷ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ ସାର, ରଘୁ ଦିବାକର ଆସୋସିଏସନ୍ ର ସାଂସ୍କୃତିକ ସମ୍ପାଦକ ଶ୍ରୀ ଅଭିମନ୍ୟୁ ମହାରଣା ଯୋଗ ଦେଇଥିବା ବେଳେ ରଘୁ-ଦିବାକର ଆସୋସିଏସନର ସଭାପତି ଶ୍ରୀ ସୁରେଶ ମିଶ୍ର ସଭାପତିତ୍ବ କରିଥିଲେ l ଚାନ୍ଦପୁର ର ପୂର୍ବତନ ସମିତି ସଭ୍ୟ ମନୋଜ ଦାସ୍ ,ଏ ନେ ସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ ଓ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ ।ଅନ୍ୟାନ୍ୟ ବରିଷ୍ଠ ବୁଦ୍ଧିଜିବି ମଧ୍ୟ ଉପସ୍ଥିତ ଥିଲେ ।

Exit mobile version