ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସାମ୍ବାଦିକ ବନ୍ଧୁମିଳନ

ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ବାଲେଶ୍ୱର : – ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନାଙ୍କ ପୌରହିତ୍ୟରେ ନୂତନ ବର୍ଷ ଉପଲକ୍ଷେ ଏକ ସାମ୍ବାଦିକ ବନ୍ଧୁମିଳନ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ସାହିତ୍ୟ ପତ୍ରିକା “ରେବତୀ” ର ସମ୍ପାଦିକା ଶ୍ରୀମତୀ ସୁବସିନୀ ଜେନା ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ଶ୍ରୀ ଜେନା ବିଗତ ବର୍ଷର ଭିନ୍ନ ଭିନ୍ନ ସ୍ମୃତି ଓ ଅନୁଭୂତି ଉପରେ ଆଲୋକପାତ କରିଥିଲେ। ଅତିଥି ଭାବରେ ଶ୍ରୀମତୀ ଜେନା ଯୋଗଦେଇ ଆଗାମୀ ଦିନରେ ସଭିଙ୍କ ମନରେ ଏକ ନୂତନ ଆଶାର ସଞ୍ଚାର ସୃଷ୍ଟି ହେବା ଉପରେ ଆଶା ବ୍ୟକ୍ତ କରିଥିଲେ। ସମସ୍ତଙ୍କର ଚଳିତ ୨୦୨୧ ବର୍ଷ ଶୁଭମୟ ଓ ମଙ୍ଗଳମୟ ହେଉ ବୋଲି ଅତିଥିମାନେ କହିଥିଲେ। ଏହି ବନ୍ଧୁମିଳନ ଅବସରରେ ବାଲେଶ୍ୱରର ବହୁ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ।(ଦୀପ୍ତିମାନ ପତି, ବାଲେଶ୍ୱର)

Exit mobile version