କର ଫାଉଣ୍ଡେସନ୍‌ର ପ୍ରତିଷ୍ଠା ଦିବସ ପାଳନ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ଭୁବନେଶ୍ୱର :- ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର ଫାଉଣ୍ଡେସନ୍ର ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ରେଡକ୍ରସଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମର ଏକ ଫଟୋଚିତ୍ର ପ୍ରଦର୍ଶନ କରାଯିବା ସହ ବାର୍ଷିକ ବିବରଣୀ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ତରଫର ସଭା ପରିଚାଳନା କରିଥିଲେ ମିର୍‌ ଅହମ୍ମଦ ଅଲ୍ଲୀ ଓ ସ୍ୱାଗତ ଭାଷଣ ସହ ବିବରଣୀ ପାଠକରିଥିଲେ ଅନୁଷ୍ଠାନର କୋଷାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି କର ।

ଏଥିରେ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ, ମାନ୍ୟବର ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍‌ଗୋ ଓ ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବିଭାଗର କମିଶନର ଶ୍ରୀମତୀ ସୁଲୋଚନା ଦାସ ଏବଂ କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଭର୍ସାଟାଇଲ୍ ଅଭିନେତା ଶ୍ରୀଯୁକ୍ତ ଚନ୍ଦନ କର ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ବ୍ୟକ୍ତିବିଶେଷ ହେଲେ- ଏ.ସି.ପି. ମାନସ ରଞ୍ଜନ ଗଡ଼ନାୟକ, ସ୍ତମ୍ଭକାର ଅମୀୟ ପାଣ୍ଡବ, ଯୁବନେତା ଓ ସମାଜସେବୀ ତେଜେଶ୍ୱର ପରିଡ଼ା,

ଓଡ଼ିଶା ଅଭିଭାବକ ସଂଘର ସଭାପତି ବାସୁଦେବ ଭଟ୍ଟ, ସାମ୍ବାଦିକ ଭବାନୀ ମହାପାତ୍ର, ସାମ୍ବାଦିକ ମନୋଜ ମହାପାତ୍ର, ଡଃ ଚିନ୍ମୟ ପାଣି, ସାମ୍ବାଦିକ ଅପୂର୍ବ ରଞ୍ଜନ ପଣ୍ଡା, ଡଃ ମୃଣ୍ମୟୀ ରଥ, ସମାଜସେବୀ ପ୍ରଦ୍ୟୁମ୍ନ ପୁହାଣ, ସାମ୍ବାଦିକ ଶ୍ରୀରାମ ରାୟ ଓ ସମ୍ମାନିତ ହୋଇଥିବା ସଙ୍ଗଠନଗୁଡ଼ିକ ହେଲେ ଜୟ ଓଡ଼ିଶା, ରେଡ୍‌-ଇ- ପାଠଶାଳା, ମୋ ପାଠଶାଳା, ବିଶ୍ୱାସ ଫାଉଣ୍ଡେସନ୍ । ଏହି କାର୍ଯ୍ୟକ୍ରମରେ ଶେଖର ମହାନ୍ତି, ଯୁବନେତା ନଳିନୀକାନ୍ତ ନାୟକ, ସମାଜସେବୀ ବିନୋଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version