ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ବୀମା ଟଙ୍କା ଜମାହେଲା : ବାଦିକଟା ପଞ୍ଚାୟତରେ ସମ୍ବର୍ଦ୍ଧନା – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର )ପଦ୍ମପୁର :- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ବାଦିକଟା,ଲଖମରା,ଭେଙ୍ଗରାଜପୁର ୩ଟି ଗ୍ରାମ ପଞ୍ଚାୟତର ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ୩୦ କୋଟିରୁ ଉର୍ଦ୍ଧ୍ବ ଚାଷୀ ମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବା ପରେ ଚାଷୀ ମାନଙ୍କ ତରଫରୁ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ବିଭିନ୍ନ ଗାଁରେ ସମ୍ବର୍ଦ୍ଧନା ଦିଆ ଯାଇଛି । ଆଜି ବାଦିକଟା ଗ୍ରାମ ପଞ୍ଚାୟତର ବାଦିକଟା,ଘେଁସରା ଓ ସାପଲହର ଗ୍ରାମରେ ଚାଷୀ ମାନଙ୍କ ଦ୍ବାରା ଶୋଭାଯାତ୍ରା ସହ ସମ୍ବର୍ଦ୍ଧନା ସଭା ମାନ ଅନୁଷ୍ଠିତ ହୋଇଥିଲା ।

ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ,ଯୁବ ମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାର, ସମିତି ସଭ୍ୟ ଶ୍ରୀମତୀ ବବିତା ପ୍ରଧାନ,ବିଜେପି ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁ,ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ,ମୈତ୍ରୀ ପ୍ରଧାନ ଉପସ୍ଥିତ ଥିବା ବେଳେ ଚାଷୀ ମାନଙ୍କ ଭିତରେ ସର୍ବଶ୍ରୀ ନରେନ୍ଦ୍ର ପ୍ରଧାନ,କଳାକହ୍ମୁ ବରିହା,ଦଇତାରି ପ୍ରଧାନ,ସୁଶାନ୍ତ ପ୍ରଧାନ,ରୁଦ୍ରୁ ମଣି ବଂଜରା,କମଳ ବାଗ,ହରେକୃଷ୍ଣ ମେହେର,ଦୁମନ୍ତ ସାହୁ ଆଦି ଏହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଏହି ୩ଟି ଗ୍ରାମ ପଞ୍ଚାୟତର ମିସମେଜ୍ ଦର୍ଶାଇ ଇନ୍ ସୁରେନ୍ସ କମ୍ପାନୀ କେନ୍ଦ୍ର ସରକାରଙ୍କ ଠାରେ ଅପିଲ୍ କରିଥିଲେ ।

ଗତ ନଭେମ୍ବର ୯ ତାରିଖ ଦିନ ଏକ ଚାଷୀ ପ୍ରତିନିଧି ସର୍ବ ଶ୍ରୀ ମୈତ୍ରୀ ପ୍ରଧାନ,ବିମଳ ସାହୁ,ବାଜୁବନ ନାୟକ,ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଦିଲ୍ଲୀ ଯାଇ ଦିଲ୍ଲୀ କୃଷି ଭବନରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଙ୍କୁ ସାକ୍ଷାତ କରି ଚାଷୀ ମାନଙ୍କ ବୀମା ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ୩ଟି ଗ୍ରାମ ପଞ୍ଚାୟତର ଚାଷୀ ମାନେ ସଂପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ୩୦ କୋଟିରୁ ଉର୍ଦ୍ଧ୍ବ ହେବ ପାଇଥିଲେ । ବୀମା ଟଙ୍କା ପାଇବାରୁ ଚାଷୀଙ୍କ ମହଲରେ ଖୁସିର ଲହରୀ ସୃଷ୍ଟି ହୋଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version