ଗତ ବିଧାସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଥିବା ଡ.ତିରୁପତି ପାଣିଗ୍ରାହୀଙ୍କ ସହ ୧୪ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠାଇନେଲା ନିଲମ୍ବନ ଆଦେଶ l

ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ଗଜପତି :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଜପତି ଜିଲ୍ଲାର ପାରଳଖେମୁଣ୍ଡି ନିର୍ବାଚନ ମଣ୍ଡଳୀର୧୪ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରି ନେଇ ଛନ୍ତି l ସେମାନେ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଧାନ ସଭା ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ବରଣ କରି ଥିବା ଡ. ତିରୁପତି ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଏସ. ଗଜପତି ରାଓ,ବି. ବାଲାରାଜୁ, ଟି. ନାଗେଶ୍ବର ରାଓ, ଡି. ଭି. ରାଜୁ, ଏମ୍ କ୍ରିଷ୍ଣା ରାଓ, ଏସ ବାଲାରାଜୁ, ଏସ. ଯଇମନ ରାଓ, କୃଷ୍ଣ କୁମାର ବେହେରା,

ସେହିପରି କାଶୀନଗର ବ୍ଲକର ବରିଷ୍ଠ କଂଗ୍ରେସ ନେତା ଜି. ତିରୁପତି ରାଓ ଅଖିଳ କୁମାର ପାତ୍ର, କେ.ସିଚ. ଦୋରା ଏନ୍. ଜୀବ ରତ୍ନମ, କେ. ରାମାରାଓ ଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୁତ୍ରରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି lସଭାପତି ନିରଞଜନ ପଟ୍ଟନାୟକ ଏହି ନିଲମ୍ବନକୁ ପ୍ରତ୍ୟାହର କରିଛନ୍ତି l ଗତ ସାଧାରଣ ନିର୍ବାଚନରେ ଏମାନଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିଲା (ପାରଳାଖେମୁଣ୍ଡି : ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version