ଶ୍ରୀପାଦ ନାମାଚାର୍ଯ୍ୟ ବାୟାବାବାଙ୍କ ୧୨୪ ତମ ଶୁଭ ଜନ୍ମୋତ୍ସବ ପାଳିତ, ଢେଙ୍କାନାଳ

 

ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ଢେଙ୍କାନାଳ :- ସହର ଉପକଣ୍ଠ ଗୋବିନ୍ଦପୁର ପଞ୍ଚାୟତ କଣ୍ଟେଇକୋଳିଆ ସ୍ଥିତ ଶ୍ରୀ ଶ୍ରୀ କଳ୍ପତରୁ ଗୁରୁକୁଳ ସେବାଶ୍ରମ ପରିସରରେ ଆଜି ଶ୍ରୀପାଦ ନାମାଚାର୍ଯ୍ୟ ବାୟାବାବାଙ୍କ ୧୨୪ ତମ ଶୁଭ ଜନ୍ମୋତ୍ସବ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ଆଶ୍ରମ ପରିସରରେ ଅଷ୍ଟପ୍ରହର ନାମଯଜ୍ଞ,

ଶ୍ରୀପାଦ ବାବାଙ୍କ ମହାଭିଷେକ, ଶ୍ରୀ ଶ୍ରୀ ଗୋପାଳ ସହସ୍ରନାମ ପାଠ, କଳ୍ପତରୁ ଶାଖା ସଂଘ ବୈଠକ ବାବାଜୀ ଶ୍ରୀ ମୁରାରୀ ଦାସଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ସଦର ବ୍ଲକ କୋଟପାଳ ଏବଂ ଭୁବନ ବ୍ଲକ ଏକତାଳି ଗ୍ରାମର କୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ। ରିପୋର୍ଟ୍,(ଅମର ରଞ୍ଜନ ଦାସ)

Exit mobile version