ଅସହାୟ ବୃଦ୍ଧାଙ୍କୁ କମ୍ବଳ ଓ କୁନି କୁନି ପିଲା ମାନଙ୍କୁ ଶୀତବସ୍ତ୍ର ସହ ପାଠ୍ୟ ଉପକରଣ ବଣ୍ଟନ କଲା ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା

ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ପୁରୀ ଜିଲ୍ଲା :-  ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋପୀନାଥ ପୁର ପଂଚାୟତର ଅନେକ ଅସହାୟ ପରିବାରର ବୃଦ୍ଧା ମାନଙ୍କୁ କମ୍ବଳ ଶୁଖିଲା ଖାଦ୍ୟ ଏବଂ ତତ୍ସହିତ ସେଠାକାର କୁନି କୁନି ପିଲାମାନଙ୍କୁ ସୀତ ବସ୍ତ୍ର ସହ ପାଠ ଉପକରଣ ବଣ୍ଟନ କରିଛନ୍ତି ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା । ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡା , ଉପ ସଭାପତି କାହ୍ନୁ ପାତ୍ର ,ବପୀନା ବେହେରା , ସନ୍ତୋଷ ସାହୁ , ବଳରାମ ନାୟକ ପ୍ରିୟତମା ମଲ୍ଲିକ , ଆଲୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ ।

ଏଥି ବ୍ୟତୀତ ପୁରୀ ବଡ଼ ଦାଣ୍ଡ ରେ ଓ ସମୁଦ୍ର କୂଳେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଦାଢ଼ି -ଚୁଟି -ନଖ କାଟିବା ସହ ଗାଧୋଇ ଦେଇ ନୂତନ ବସ୍ତ୍ର ପିନ୍ଧାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରନ୍ତି । ଅସହାୟ ନିରାଶ୍ରୟ ଙ୍କୁ ଅର୍ଦ୍ଧ ରାତି ରେ କମ୍ବଳ ସହ ଖାଦ୍ୟ ବଣ୍ଟନ କରନ୍ତି । ଗତବର୍ଷ ଠାରୁ ଏହିବର୍ଷ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଜିଲ୍ଲା ର ସମସ୍ତ ହସ୍ପିଟାଲ , ବଜାର , ବସ୍ ଷ୍ଟାଣ୍ଡ , ରେଳବାଇ ଷ୍ଟେସନ୍ ଓ ମନ୍ଦିର ମାନଙ୍କରେ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସଂଗଠନ ର ଅଧ୍ୟକ୍ଷ ଶିବ ଶଙ୍କର ଦାଶ୍ କହିଛନ୍ତି ।

Exit mobile version