ବିନା ସୂଚନା ଫଳକରେ ମନେରେଗା କାମ।

ଓଡ଼ିଶା ତାଜା ନ୍ୟୁଜ (୪ ଜାନୁଆରୀ ସୋମବାର) କଳାହାଣ୍ଡି :- ଈଶନର୍ଲା ବ୍ଳକ ଅନ୍ତର୍ଗତ ବାଗପୁର ପଞ୍ଚାୟତ ଅଧିନରେ ଥିବା କେରାଣ୍ଡିଖୁଣ୍ଟି ମୁଖ୍ୟରାସ୍ତା ଠାରୁ ମଝିପଡା ରାସ୍ତା ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ବିନା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ସରକାରୀ ଯନ୍ତ୍ରୀ ଆଲୋକ କୁମାର ନାଏକଙ୍କ ଅନୁପସ୍ଥିତିରେ କାର୍ଯ୍ୟ ଚାଲୁ ଥିବାରୁ ନିମ୍ନ ମାନର ହେବା ସହ ସୂଚନା ଫଳକ ବିନା କାର୍ଯ୍ୟକୁ ନେଇ ଜନସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ।

ଏଠାରେ ସୂଚନାଯୋଗ୍ୟ ଯେ ସରକାରୀ ନିୟମ ମୁତାବକ ପ୍ରଥମେ ରାସ୍ତା ପାର୍ଶ୍ବରେ ସୂଚନା ଫଳକ ଲାଗି କାର୍ଯ୍ୟର ବିବରଣୀ ପ୍ରଦାନ କରାଯାଇ ପରେ କାର୍ଯ୍ୟ ଆରମ୍ଭ କରାଯିବାର ବ୍ୟବସ୍ଥା ରହିଛି । ନର୍ଲା ବ୍ଳକରେ ପୁଣି ମନେରେଗା କାମ ସମାପ୍ତ ହେବାକୁ ବସିଲାଣି ତେବେ ଏଠାରେ ବିନା ସୂଚନା ଫଳକରେ କାର୍ଯ୍ୟ ହେବା ନେଇ ସରକାରୀ ନିୟମର ଖୋଲା ଖୋଲି ଉଲଂଘନ ହେଉଥିବା ସର୍ବସାଧାରଣଙ୍କ ନଜରକୁ ଆସିଛି । ( ରିପୋର୍ଟ କଳାହାଣ୍ଡି ବ୍ୟୁରୋ ଚିଫ ପ୍ରଦୀପ କୁମାର ଗଉଡ)

Exit mobile version