ସତସଙ୍ଗ ଉତ୍ସବ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ବ୍ରହ୍ମପୁର :- ବ୍ରହ୍ମପୁର ଗୋବିନ୍ଦ ବିହାର ପରିବର୍ଦ୍ଧିତ ପଂଚମ ଲେନରେ ସରିତା ଶତପଥୀ ଭବନରେ ଗତକାଲି ରାତିରେ ସତସଙ୍ଗ,ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।କରୋନା ର ଦମନ ଓ ବିଶ୍ୱଶାନ୍ତି ପାଇଁ ମାନସମୈଥିଳି ପ୍ରଭାତୀ ଦାଶ ଓ ବିଶିଷ୍ଟ ପ୍ରବଚକ ପ୍ରଶାନ୍ତ କୁମାର ରଥ ବ୍ଯାସାସନରେ ଉପବିଷ୍ଟ ହୋଇ ସୁନ୍ଦରାକାଣ୍ଡ ପାଠସହ ପୂଜା ଅଚ୍ଚର୍ନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ଭକ୍ତି ପିପାଷୁ ନରନାରୀ ଏହି ଉତ୍ସବରେ ଯୋଗଦେଇ ପୂଜାରେ ଅଂଶଗ୍ରହଣ କରିଥିଲେ ।
 (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version