ସବୁଜ ଭାରତ ତରଫରୁ ବୃକ୍ଷ ରୋପଣ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :- ସବୁଜ ଭାରତ ତରଫରୁ ଆଜି ଜଟଣୀସ୍ଥିତ ୟୁପିଏସ୍ ହସ୍ପିଟାଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ଅଧ୍ୟକ୍ଷ ସତ୍ୟବ୍ରତ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଗୋପୀନାଥ ଯୁବକ ସଂଘର ସମ୍ପାଦକ ଦୁଷ୍ମନ୍ତ ମିଶ୍ର ଯୋଗଦେଇ ସବୁଜ ଭାରତର ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗୋପୀନାଥ ଯୁବକ ସଂଘର ସହଯୋଗୀ ସମ୍ପାଦକ ପ୍ରଶାନ୍ତ ମିଶ୍ର, ୟୁପିଏସ୍ ହସ୍ପିଟାଲର ଡ଼ାକ୍ତର ସାର୍ଥକ ଶୋଭନ ପରିଡ଼ା, ଡ଼ାଟା ଆସିଷ୍ଟାଣ୍ଟ ଅଭିଷେକ ମହାପାତ୍ର, ନର୍ସ ଶୁଭସ୍ମିତା ଓଝା, ସୌଭାଗ୍ୟ ମଞ୍ଜରୀ ସ୍ୱାଇଁ, ଫାର୍ମାସିଷ୍ଟ ପ୍ରିୟଙ୍କା ଆଚାର୍ଯ୍ୟ ଲାବରେଟୋରୀ ଟେକ୍ନିସିଆନ ସତ୍ୟଜିତ ସିଂ, ଷ୍ଟାଫ ଲକ୍ଷ୍ମୀଧର ଭୋଇ ପ୍ରମୁଖ ଯୋଗଦେଇ ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ । ସମ୍ପ୍ରତି ଦିନକୁ ଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଏହାଦ୍ୱାରା ଜଙ୍ଗଲ କ୍ଷୟ ହୋଇ ପରିବେଷ ପ୍ରଦୂଷଣ ହେବା ସହିତ ବନ୍ୟଜନ୍ତୁଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଛଅ ଋତୁ ଆଜି ସାତ ସପନ ।

 

ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ବିଭିନ୍ନ ଔଷଧୀୟ ବୃକ୍ଷ ଲୋପ ପାଇବା ଫଳରେ ପ୍ରାକୃତିକ ଜଡ଼ିବୁଟିରେ ତିଆରି ହେଉଥିବା ଔଷଧର କୃତ୍ରିମ ଅଭାବ ଦେଖାଦେଇଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ସବୁଜ ଭାରତ ପକ୍ଷରୁ ଏଭଳି ଔଷଧୀୟ ଚାରା ରୋପଣ କରାଯାଇଛି ।

ଔଷଧୀୟ ବୃକ୍ଷ ରୋପଣ ଦ୍ୱାରା ଏଥିରୁ ତିଆରି ହେଉଥିବା ଔଷଧ ବ୍ୟବହାର କରି ସାଧାରଣ ଜନତା ବିଭିନ୍ନ ରୋଗରୁ ଉପଶମ ପାଇପାରିବେ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସବୁଜ ଭାରତର କର୍ମକର୍ତ୍ତା ସୁଶ୍ରୀ ସଙ୍ଗୀତା ନାୟକ, ଏକତା ସାହୁ, ରଶ୍ମିତା ମୁଖୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

Exit mobile version