ରାୟଗଡ଼ ବିଜେପି ଜିରାଙ୍ଗମଣ୍ଡଳ ବୁଥ ପ୍ରଶିକ୍ଷଣ ଶିବିର ଅନୁଷ୍ଠତ

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ରାୟଗଡ଼ /ଗଜପତି :- ରାୟଗଡ଼ବ୍ଲକ ଜିରାଙ୍ଗ ମଣ୍ଡଳ ଭରତୀୟ ଜନତା ପାର୍ଟିପକ୍ଷରୁ ଜୋନେ ସ୍ତରୀୟ ପ୍ରଶିକ୍ଷଣଶିବିର ବଡ଼ପୋତାର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି ।ମଣ୍ଡଳସଭାପତି ଗଙ୍ଗାଧର ଗୌଡ଼ଙ୍କ ସଭାପତିତ୍ୱରେ ଓ ମୁଖ୍ୟ ଅତିଥି ପୂର୍ବତନ ବ୍ଲକଅଧକ୍ଷ ନବକିଶୋର ଶବର ଦୀପପ୍ରଜୁଳନକରି ବନ୍ଦେ ମାତରଂ ଗାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜିଲ୍ଲା ପରିଷଦସଭ୍ୟ ଜଗନ୍ନାଥ ଭୂୟାଁ,ଓ କାମଦେବ ବଡ଼ନାୟକ ଏହିଶିବିର ରେ ବିଜେପି ଦଳ ପକ୍ଷରୁ ଆଗାମୀ ଦିନରେ ଦଳକୁ ବୁଥ ସ୍ତରରୁ କିଭଳି ମଜଭୁତ କରାଯାଇ ପାରିବତାରି ଉପରେ ଆଲୋଚନା କରାଯାଇଥିଲା !

ଭାରତର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃଷକ ମାନଙ୍କ ପାଇଁ କେନ୍ଦ୍ର ସରକାର କୃଷିବିଲ ପାରିତ ପରେ ବିରୋଧି ପକ୍ଷରୁ ଦିଲ୍ଲୀଠାରେ କୃଷକବିଲ କୁ ବିରୋଧ କରି ଧାରଣରେ ବସିଥିବା ଭି ଆଇ ପି କୃଷକ ମାନଙ୍କ ଧାରଣାକୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟମନ୍ତ୍ରି ଅରୁଣ ସାହୁଙ୍କ ପରୀ ହତ୍ୟା କାଣ୍ଡରେ ସମ୍ପୃକ୍ତି ଥାଇମଧ୍ୟ ତଦନ୍ତ କରିବାକୁ ଆସିଥିବା ବୋଥାରା ସି ଆଇ ଟି ତଦନ୍ତ ମାଧମରେ ପରୀ ହତ୍ୟାକାଣ୍ଡ କୁ ଚାପିଦେବା ପାଇଁ ଏସବୁ ନାଟକ ମାଧମରେ ଓଡିଶା ବାସୀଙ୍କୁ ତୃତୀୟ ମହଲାର ଏସବୁ ନାଟକ ବୋଲି ଅଭିଯୋଗ ହୋଇଥିଲା ।

ପୂର୍ବତନସମିତି ସଭ୍ୟ ବିଜୟ କୁମାର ନାୟକ ,ମୋହନା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସେଲପ୍ରମୁଖ ଦୁର୍ଗାପ୍ରସାଦ ସୁବୁଦ୍ଧି,ଗୌରାଙ୍ଗ ଗମାଙ୍ଗ,ପୂର୍ବତନଜିଲ୍ଲା ପରିଷଦ ସଦସ୍ୟା ନନ୍ଦିନୀ ସାମଲ,ଜଗନ୍ନାଥ ଖଡ଼ଙ୍ଗାଲୁ,ସରପଞ୍ଚ କୈଳାଶ ଚନ୍ଦ୍ର ଶବର, ବାଲାଜୀ ଗମାଙ୍ଗ,ପୀତବାଷ ବେହରଦଳାଇ, ବାର୍ଷିଆନ ପୁରୁଖାନେତା କୋରା ଶବର,ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଏହିପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିବୁଥ ସ୍ତରରୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।ବଡ଼ ପୁତାର ଗ୍ରାମର ସୋମନାଥ ଗମାଙ୍ଗ,ଜଗନ୍ନାଥ ଗମାଙ୍ଗ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l (ସଂଜୀବ କୁମାର ପାଣି ରାୟଡଗ ଗଜପତି)

Exit mobile version