ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମାଲକାନଗିରି ଜିଲ୍ଲା ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :- ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ସହିତ ମାଲକାନଗିରି ଏୟାର ଷ୍ଟ୍ରିପ୍‌ ସହିତ ଦାନିଗୁଡ଼ା ଠାରୁ ସିନ୍ଦି୍ରମଲ ଗ୍ରାମ ପଞ୍ଚାୟତସ୍ଥିତ କନ୍ୟାଶ୍ରମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା,

କୋରୁକୋଣ୍ଡାସ୍ଥିତ ଗୋଷ୍ଠୀ ଧନି କେନ୍ଦ୍ର, କୋରୁକୋଣ୍ଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୂର୍ତ୍ତ ବିଭାଗ ରାସ୍ତାଠାରୁ କୋରୁକୋଣ୍ଡା ତାରେଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା, ପୋଟରେଲ୍‌ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚିତ ପରି ଗ୍ରାମର ଜଳାଶୟ ନିକଟରେ ରାସ୍ତା, ତର୍ଲାକୋଟା ଗ୍ରାମ ପଞ୍ଚାୟତ ମାର୍କେଟ କ୍ଲେକ୍ସ ଏବଂ ତର୍ଲାକୋଟା ମଡେଲ୍‌ ଅଙ୍ଗନବାଡ଼ି କେନ୍ଦ୍ର ଆଦି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଏଥି ସହିତ ମନ୍ତ୍ରୀ ବାଲିମେଳା ଜଳବିଦୁ୍ୟତ କେନ୍ଦ୍ର (ଓଏଚ୍‌ ପିସି) ବୁଲି ଦେଖିଥିଲେ ।

ଇଲେକ୍‌ଟିସିଟି ଉତ୍ପାଦନ ପ୍ଲାଣ୍ଟ ବୁଲି ଦେଖିବା ସହ ଓଏଚ୍‌ ପିସି କେ ର୍ପାରେଟ୍‌ ସାମାଜିକ ଦାୟିତ୍ୱ ଅଧିନରେ ହାତକୁ ନେଇଥିବା କାର୍ଯ୍ୟ ସାଧାରଣ ଜନତାଙ୍କ ନିକଟରେ କେତେ ପହଞ୍ଚି ପାରିଛି ସେ ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତାକାଲି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହେବ ।

Exit mobile version