ମହେନ୍ଦ୍ରାଞ୍ଚଳ ପକ୍ଷରୁ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିମନ୍ତେ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର)ରାୟଗଡ଼ :-ରାୟଗଡ଼ ବ୍ଲକ ବିଶ୍ୱହିନ୍ଦୁପରିଷଦ ପକ୍ଷରୁ ଲଷ୍ମୀପୂ୍ରୁ ନିକଟ ଝିରିଝିରା ଠାରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ପ୍ରଭୁଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ହିନ୍ଦୁ ସଙ୍ଗଠନ, ଶବରସମାଜ,ରାଷ୍ଟ୍ରୀୟ ସ୍ଵୟଂସେବକସଙ୍ଘ,ଆଖ ପାଖ ଅଞ୍ଚଳରୁଆସିଥିବା ସତସଙ୍ଘ ପ୍ରମୀମାନେ ଆଜିର ବୈଠକରେ ଉପସ୍ଥିତ ରହି ଥିଲେ ! ଉକ୍ତ ବୈଠକରେ ସମାଜସେବି ଲାବଣ୍ୟ ଶବର ଦୀପ ପ୍ରଜୁଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅଯୋଧ୍ୟାଠାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ରୟଗଡ଼ବ୍ଲକ ପ୍ରତିପଂଚାୟତର ପ୍ରତି ଗାଁରୁ ମନ୍ଦିରନିର୍ମାଣ ସକାଶେ ଅର୍ଥ ସଂଗ୍ରହ କରାଯିବା ନିମନ୍ତେ ଏକ ସଞ୍ଚାଳନ କମିଟିକରି

ଦାୟିତ୍ୱବଣ୍ଟନ କରାଯାଇଛି । ମହେନ୍ଦ୍ରଗିରିକୁ କେନ୍ଦ୍ର ସରକାରଙ୍କ ରାମାୟଣ ସାର୍ଟକିଟ ରେ ବିକାଶ ଧାରାମଧ୍ୟରେ ରହିଥିବାହେତୁ ମହେନ୍ଦ୍ରଗିରି ଉନ୍ନତିକରଣରେ ଯେପରି ବ୍ୟଘାତ ନଆସିବ ତା ଉପରେ ଆଲୋଚନା ହୋଇଥିଲା। ରାୟଗଡ଼ ବ୍ଲକର ଖାସକରି ଗଙ୍ଗାବାଡ଼ର ବାରଘର ଗାଁର ଶବର ସମ୍ପ୍ରଦାୟବ୍ୟକ୍ତିମାନେ ମହେନ୍ଦ୍ରଗିରି ମନ୍ଦିର ମାନଙ୍କରେ ପୂଜା କରୁଥିବା ବେଳେ ସମସ୍ତ ପଂଚାୟତ ସମସ୍ତ ବର୍ଗର ବ୍ୟକ୍ତିଙ୍କୁନେଇ କମିଟି ଗଠନ କରାଗଲେ ଏହାର ଉନ୍ନତି ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା, ଆଜିର ଏହି ବୈଠକରେ ବିଶ୍ଵ ହିନ୍ଦୁପରିଷଦ ଜିଲ୍ଲାସମ୍ପାଦକ,ନରେନ୍ଦ୍ର ଯାନୀ,ନାରାୟଣ

ରଇତ,ଶ୍ୟାମସୁନ୍ଦର ଶବର,ଲକ୍ଷ୍ମଣ ଶବର,ଶବର ସମାଜ ଚନ୍ଦ୍ର ନାୟକ, ଆର ଏସ ଏସ ର ବିଭାଗ ଶାରୀରିକପ୍ରମୁଖ ଅଶୋକ ରଣଜିତ, ଜିଲ୍ଲାକାର୍ଯବାହ ଅମୁଲ୍ୟକୁମାର ପାତ୍ର ,ମହେନ୍ଦ୍ର ବେହେରା,ସୁବଲିଙ୍ଗା ରଇତ, ବିଜେପି ରାୟଗଡ଼, ଜିରାଙ୍ଗ,ମଣ୍ଡଳ ସଭାପତି ଜଗନ୍ନାଥ ଖଡ଼ଙ୍ଗାଲୁ,ଗଙ୍ଗାଧର ଗୌଡ଼,ବିଜୟକୁମାର ନାୟକ,ଗଙ୍ଗାଧର ଶବର,ପ୍ରମୁଖ ଏହିକାର୍ଯ୍ୟ କ୍ରାମରେ ଭାଗନେଇଥିଲେ । (ସଞ୍ଜୀବ କୁମାର ପାଣି) ରାୟଗଡ଼ (ଗଜପତି)

Exit mobile version